Advertisment

ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଲେ, କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମନାକଲେ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ଦୁଇଟି  ଚିତ୍ର। ଗୋଟିଏ ଓଡ଼ିଶାରୁ ଏବଂ ଅନ୍ୟଟି  କେରଳରୁ। ଦୀର୍ଘ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ରାଜ୍ୟ ପାଇଁ ୨୫ ବର୍ଷ ଧରି ସେବା କରିଥିବାରୁ ଆଜି ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ରବିବାର ‘ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆଜିର ଦିନରେ କେରଳରୁ ଏକ ଭିନ୍ନ ଖବର ଆସିଛି।  କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ […]

author-image
Tapas Behera
ଅଦ୍ୟତନ ହୋଇଛି
ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଲେ, କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମନାକଲେ

789

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ଦୁଇଟି  ଚିତ୍ର। ଗୋଟିଏ ଓଡ଼ିଶାରୁ ଏବଂ ଅନ୍ୟଟି  କେରଳରୁ। ଦୀର୍ଘ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ରାଜ୍ୟ ପାଇଁ ୨୫ ବର୍ଷ ଧରି ସେବା କରିଥିବାରୁ ଆଜି ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ରବିବାର ‘ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆଜିର ଦିନରେ କେରଳରୁ ଏକ ଭିନ୍ନ ଖବର ଆସିଛି।  କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ  ତାଙ୍କ  ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା। ରାଜ୍ୟରେ ଯେତେବେଳେ  ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା ତାକୁ ମୁକାବିଲା ପାଇଁ ଦୃଢ଼ ନେତୃତ୍ୱ ନେଇଥିଲେ ଶୈଳଜା।  ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ। ଦଳର ଆଲୋଚନା ପରେ ସେ ଏହି ପୁରସ୍କାର ଗ୍ରହଣ ନକରିବାକୁ  ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୁରସ୍କାର ସମ୍ପର୍କରେ ଚୟନ କମିଟି ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ମୁଁ ଜଣେ ରାଜନୈତି ବ୍ୟକ୍ତି। ଏହି ପୁରସ୍କାର ସାଧାରଣତଃ ରାଜନୈତିକ ବ୍ୟକ୍ତିଙ୍କୁ ଦିଆଯାଇନଥାଏ ।  ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।