Advertisment

ପହଁରା ପ୍ରଶିକ୍ଷଣ ବେଳେ ସୁଇମିଂ ପୁଲରେ ଏନ୍‌ସିସି ଛାତ୍ର ମୃତ

କଟକ(ଓଡ଼ିଶା ରିପୋର୍ଟର): କଟକ କ୍ଳବ ସୁଇମିଂ ପୁଲରେ ଆଜି ଘଟିଛି ଅଘଟଣ। ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର ଦାସ। ସେ NSM ସିଟି କଲେଜ ଛାତ୍ର। ସେ ଜଣେ ଏନସିସି କ୍ୟାଡେଟ ଥିଲେ। ଘର ତାଙ୍କର ରାଜାବଗିଚା ଅଞ୍ଚଳରେ। ପହଁରା ଜାଣିଥିଲେ ହେଁ ତାଙ୍କର ମୃତ୍ୟୁ କିପରି ହେଲା ତାହାକୁ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ରହସ୍ୟ ଘେରକୁ ଆସିଛି। ପ୍ରତିଦିନ ଭଳି ସେ […]

ଅଦ୍ୟତନ ହୋଇଛି
ପହଁରା ପ୍ରଶିକ୍ଷଣ ବେଳେ ସୁଇମିଂ ପୁଲରେ ଏନ୍‌ସିସି ଛାତ୍ର ମୃତ

swiming-death

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ କ୍ଳବ ସୁଇମିଂ ପୁଲରେ ଆଜି ଘଟିଛି ଅଘଟଣ। ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର ଦାସ। ସେ NSM ସିଟି କଲେଜ ଛାତ୍ର। ସେ ଜଣେ ଏନସିସି କ୍ୟାଡେଟ ଥିଲେ। ଘର ତାଙ୍କର ରାଜାବଗିଚା ଅଞ୍ଚଳରେ। ପହଁରା ଜାଣିଥିଲେ ହେଁ ତାଙ୍କର ମୃତ୍ୟୁ କିପରି ହେଲା ତାହାକୁ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ରହସ୍ୟ ଘେରକୁ ଆସିଛି।

Advertisment

ପ୍ରତିଦିନ ଭଳି ସେ ଆଜି ଏନସିସି କ୍ୟାଡେଟ୍‌ ଭାବେ ସନ୍ତରଣ ପ୍ରଶିକ୍ଷଣ ପାଇଁ କଟକ କ୍ଳବ ଆସିଥିଲେ। ସନ୍ତରଣ ପ୍ରଶିକ୍ଷଣ ଚାଲିଥିବା ବେଳେ ହଠାତ୍ ସେ ଗୁରୁତର ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ନ ମିଳିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ସ୍କୁଟିରେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏହାକୁ ନେଇ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରଙ୍କ ପରିବାର ଓ ସମ୍ପର୍କିୟ ଲୋକେ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଦାବି କରିବା ସହ ପ୍ରଶିକ୍ଷଣ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଉପରେ ଦୋଷ ଦେଇଥିଲେ। ଖବର ପାଇ କ୍ୟାଣ୍ଟେନମେଣ୍ଟ ଓ ଦରଘା ବଜାର ଥାନା ଅଧିକାରୀ ଓ କଟକ ମେୟର ସୁବାସ ସିଂ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠେଇଛନ୍ତି। ଘଟଣାର ତଦନ୍ତ ପାଇଁ ମୃତକଙ୍କ ସାଙ୍ଗସାଥୀ, ପରିଜନ ଦାବି କରିଛନ୍ତି।

Advertisment

ସେପଟେ ମୃତକ ସ୍ଵପ୍ନେଶ୍ଵର ଦୀର୍ଘ ଏକ ବର୍ଷ ଧରି ପହଁରା ଜାଣିଥିଲେ ବୋଲି ପରିବାର ଲୋକ କହିଛନ୍ତି। ମୃତ୍ୟୁ କେମିତି ହେଲା ଏ ନେଇ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe