କେମିତି ଉଦ୍ଧାର କରିଥିଲେ ଏନଡିଆରଏଫ୍ ଟିମ୍?

  • Published: Tuesday, 06 June 2023
  • , Updated: 06 June 2023, 06:34 PM IST

ଜୁନ ୨ ତାରିଖରେ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମ ବାହାରିଥିଲେ ୬ଟି ଟିମ୍। ବାଲେଶ୍ବରରେ ଗୋଟିଏ ଟିମ ଆଗରୁ ପହଁଞ୍ଚିଯାଇଥିଲେ। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍। ଏନଡିଆରଏଫର ମୋଟ ୯ଟି ଟିମର ପ୍ରାୟ ୩୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଗ୍ୟାସ କଟରରେ ଲୁହା ବଗିକୁ କାଟି ଅନେକ ଗୁରୁତର ଯାତ୍ରୀ ଓ ମୃତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେଦିନର ଅଭିଜ୍ଞତା କେମିତି ଥିଲା କହିଛନ୍ତି ଏନଡିଆରଏଫ୍ ମୁଣ୍ଡଳୀରେ ଥିବା ତୃତୀୟ ବାଟାଲିଆନର ସେକେଣ୍ଡ-ଇନ-କମାଣ୍ଡ ଅରୁଣ ଦେବଗାମ୍। ଉଦ୍ଧାର କାମରେ ଲାଗିଥିବାବେଳେ ଅନ୍ୟମାନଙ୍କ ଭିତରୁ କନଷ୍ଟେବଳ ପ୍ରେମ କୁମାରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Related story