ପଡ଼ୋଶୀକୁ ହତ୍ୟା କଲା ପଡ଼ୋଶୀ

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର):ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ପଡ଼ୋଶୀ। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ ଭୂୟାଁ। ତାଙ୍କୁ ୪୦ବର୍ଷ ହୋଇଥିଲା। ପୁଲିସ ତିନ୍ତୁସ୍ ବାଗେଙ୍କୁ ଗିରଫ କରିଛି। ସିଲବିରିୟୁସ ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଅନ୍ୟ ଗ୍ରାମବାସୀଙ୍କ ସାଙ୍ଗରେ ବସି ନିଆଁ ଜାଳି ସେକି ହେଉଥିଲେ। ଏହି ସମୟରେ ତିନ୍ତୁସ୍ ଏକ କାଠଫାଳିଆ ଆଣି ସିଲବିରିୟୁସଙ୍କ ମୁଣ୍ଡକୁ […]

Birmitrapur

  • Published: Wednesday, 07 December 2022
  • , Updated: 07 December 2022, 08:23 AM IST

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର):ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ପଡ଼ୋଶୀ। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ ଭୂୟାଁ। ତାଙ୍କୁ ୪୦ବର୍ଷ ହୋଇଥିଲା। ପୁଲିସ ତିନ୍ତୁସ୍ ବାଗେଙ୍କୁ ଗିରଫ କରିଛି।

ସିଲବିରିୟୁସ ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଅନ୍ୟ ଗ୍ରାମବାସୀଙ୍କ ସାଙ୍ଗରେ ବସି ନିଆଁ ଜାଳି ସେକି ହେଉଥିଲେ। ଏହି ସମୟରେ ତିନ୍ତୁସ୍ ଏକ କାଠଫାଳିଆ ଆଣି ସିଲବିରିୟୁସଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ପରିବାର ଲୋକେ ସିଲବିରିୟୁସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଲବିରିୟୁସଙ୍କୁ ଆକ୍ରମଣ କରିବା ପରେ ତିନ୍ତୁସ୍ ଫେରାର ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିଛି।

ତେବେ କେଉଁ କାରଣ ପାଇଁ ସିଲବିରିୟୁସଙ୍କୁ ତିନ୍ତୁସ୍ ଆକ୍ରମଣ କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ଥିଲା ନା ଅନ୍ୟ  କିଛି କାରଣ ଅଛି ତାମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ସିଲବିରିୟୁସଙ୍କର  ପଡ଼ୋଶୀ ହେଲେ ତିନ୍ତୁସ୍ ।

 

Related story