/odisha-reporter/media/post_attachments/uploads/2015/04/vlcsnap-2015-04-27-14h40m50s411.png)
vlcsnap
ପଟ୍ଟାମୁଣ୍ଡେଇ: ନେପାଳରେ ଅଟକି ରହିଛନ୍ତି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ଅଞ୍ଚଳର ଦୁଇଟି ପରିବାର। ପଟ୍ଟାମୁଣ୍ଡେଇ ପୋଖରିଆପଡାର ନରେନ୍ଦ୍ର କର ଓ ମହାଜନ ସାହିର ପବିତ୍ର ପଣ୍ଡା ଏବଂ ସେମାନଙ୍କ ପରିବାର ଭାରତ ଫେରିବ ପାଇଁ କାଠମାଣ୍ଡୁରେ ଅପେକ୍ଷା କରିଛନ୍ତି। ଭୂକମ୍ପ ପରେ ସେଠାରେ ଅତି ଦୟନୀୟ ସ୍ଥିତିରେ ରହିଥିବା ଜଣାପଡିଛି। /odisha-reporter/media/post_attachments/wp-content/uploads/2015/04/vlcsnap-2015-04-27-14h42m06s323-300x225.png)
ସେପଟେ ସେମାନେ କିଭଳି ଭାରତ ଘରକୁ ଫେରିବେ ସେନେଇ ପରିବାର ଲୋକ ବ୍ୟାକୁଳତାର ସହିତ ଅପେକ୍ଷା କରିଛନ୍ତି। ଭାରତ ଫେରିବା ଲାଗି ଲୋକଙ୍କ ଭିଡ ଯୋଗୁଁ କାଠମାଣ୍ଡୁ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବାକୁ ପଡିଥିବା ସୁଚନା ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
