/odisha-reporter/media/post_attachments/uploads/2016/02/rahul-5.jpg)
rahul -5
ଭୁବନେଶ୍ୱର: ଓଡ଼ିଶା ଆସିବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ତେବେ ତାଙ୍କ ଗସ୍ତ ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହୋଇନାହିଁ। ଜଙ୍ଗଲ ଅଧିକାର ଆଇନ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଓଡ଼ିଶା ଆସିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଜଙ୍ଗଲ ଅଧିକାର ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିଲା। ଏହି ପରୀପ୍ରେକ୍ଷୀରେ ଓଡ଼ିଶାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମତ ରଖିବା ପାଇଁ ରାହୁଲ ଆସିବେ। ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ରାହୁଲ ବରଗଡ଼ ଆସି ଚାଷୀ ବଞ୍ଚାଅ ପଦଯାତ୍ରାରେ ସାମିଲ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
