Advertisment

ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ଟ୍ୱିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଥିବା ବେଳେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜଘାଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର […]

ଅଦ୍ୟତନ ହୋଇଛି
ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା

Subarnarekha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ଟ୍ୱିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଥିବା ବେଳେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜଘାଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ସକାଳ ୮ଟା ସୁଦ୍ଧା ୮.୪୩ ମିଟରରେ ଜଳ ପ୍ରବାହିତ ହେଉଛି। ଧୀରେ ଧୀର ଜଳସ୍ତର ବଢୁଛି। ଶନିବାର ସନ୍ଧ୍ୟା ୮ଟାରେ ଗାଲୁଡ଼ିହି ବ୍ୟାରେଜରେ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଜଳେଶ୍ୱରର ରାଜଘାଟ ଠାରେ ଏହା ଆଜି ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ପହଞ୍ଚିବ ଏବଂ ବିପଦ ସଂକେତ ଟପିଯିବ।  ୨୦୦୮ରେ ସୁବର୍ଣ୍ଣରେଖା ନଦୀରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ସେତେବେଳେ ସେକେଣ୍ଡକୁ ୩ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା ଓ ଜଳେଶ୍ୱରରେ ମଧ୍ୟ ପାଣି ପଶିଥିଲା। ତେଣୁ ଏଥର ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ବନ୍ୟା ଆସିଲେ ଜିଲ୍ଲାର ଉଭୟ ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର ୨୫ରୁ ୩୦ଟି ପଞ୍ଚାୟତ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଳେଶ୍ୱର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଚଲାଇଛି। ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ନିରାପଦ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ସଚେତନ କରାଯାଉଛି। ୧୨୦ଟି ସ୍କୁଲ୍ ଓ ବାତ୍ୟା ଆଶ୍ରୟ ସ୍ଥଳରେ ସେମାନଙ୍କୁ ରଖାଯିବାକୁ ବ୍ୟବସ୍ଥା ହୋଇଛି। ଚୁଡ଼ା, ଚିନି ଭଳି ଶୁଖିଲା ଖାଦ୍ୟ ମହଜୁଦ କରାଯାଇଛି। ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ସେଠାରେ ବାଲି ବସ୍ତା ପକାଇବାକୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଓଡ୍ରାଫ୍‌ର ୪ଟି ଟିମ୍, ଏନ୍‌ଡିଆର୍‌ଏଫ୍‌ର ୪ଟି ଟିମ୍ ଓ ଅଗ୍ନିଶମ ବାହିନୀର ୧୬ଟି ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe