Advertisment

ଭିଜିଲାନ୍ସ ମାମଲା କରିବାରେ ଏକ ନମ୍ବର, ଦଣ୍ଡ ଦେବା ହାର ୪୨ ପ୍ରତିଶତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସଂପତ୍ତି ଠୁଳକୁ ଠାବ କରିବା ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଓଡ଼ିଶାର ଭିଜିଲାନ୍ସ ଏକ ନମ୍ବର।  ୨୦୨୧ ଏନ୍‌ସିଆରବି ତଥ୍ୟରୁ ଏହା ଜଣାପଡ଼ିଛି। ଦେଶର ମୋଟ ୩୯୮ଟି ମାମଲା ମଧ୍ୟରୁ ଓଡ଼ିଶା ଭିଜିଲାନ୍ସ ୯୨ଟି ମାମଲା ରୁଜୁ କରିଛି। ଯାହାକି ସାରା ଦେଶର ମାମଲାର ୨୩ ପ୍ରତିଶତ। ସେହିପରି ଦଣ୍ଡବିଧାନ ହାର ରହିଛି ୪୨.୫ ପ୍ରତିଶତ। ଭିଜିଲାନ୍ସ ତରଫରୁ ଚାଲିଥିବା ଦୁର୍ନୀତି ବିରୋଧୀ ଲଢ଼େଇ ଅଭିଯାନରେ ୨୦୨୧ରେ ୧୨ ଜଣ […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ମାମଲା କରିବାରେ ଏକ ନମ୍ବର, ଦଣ୍ଡ ଦେବା ହାର ୪୨ ପ୍ରତିଶତ

vigilance-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସଂପତ୍ତି ଠୁଳକୁ ଠାବ କରିବା ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଓଡ଼ିଶାର ଭିଜିଲାନ୍ସ ଏକ ନମ୍ବର।  ୨୦୨୧ ଏନ୍‌ସିଆରବି ତଥ୍ୟରୁ ଏହା ଜଣାପଡ଼ିଛି। ଦେଶର ମୋଟ ୩୯୮ଟି ମାମଲା ମଧ୍ୟରୁ ଓଡ଼ିଶା ଭିଜିଲାନ୍ସ ୯୨ଟି ମାମଲା ରୁଜୁ କରିଛି। ଯାହାକି ସାରା ଦେଶର ମାମଲାର ୨୩ ପ୍ରତିଶତ।

Advertisment

ସେହିପରି ଦଣ୍ଡବିଧାନ ହାର ରହିଛି ୪୨.୫ ପ୍ରତିଶତ। ଭିଜିଲାନ୍ସ ତରଫରୁ ଚାଲିଥିବା ଦୁର୍ନୀତି ବିରୋଧୀ ଲଢ଼େଇ ଅଭିଯାନରେ ୨୦୨୧ରେ ୧୨ ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଗତବର୍ଷ ୩୭ଟି ଭିଜିଲାନ୍ସ ମାମଲାର ବିଚାର ଶେଷ ହୋଇଛି ଓ ୪୬ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଅନ୍ୟ ୫୦ଟି ମାମଲାରେ ୬୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେହିପରି ଗତବର୍ଷ ସରକାରୀ ବାବୁଙ୍କ ବିରୋଧରେ ମଧ୍ୟ ୭୫ଟି ଅପରାଧ ମାମଲା ରୁଜୁ କରିଛି ଭିଜିଲାନ୍ସ ଏହି ମାମଲା କ୍ଷେତ୍ରରେ ତାମିଲନାଡୁ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା।

Advertisment

ଏ ବାବଦରେ, ୨୦୨୨ରେ ମଧ୍ୟ ଏହି ଅଭିଯାନ ଜାରି ରହିବ ଓ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe