Advertisment

ମୁଁ ବାଳିଆ ନୁହଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାପ ସମ୍ପତ୍ତିର ମାଲିକ ବାବୁ ବିରଞ୍ଚିଙ୍କ ବଢୁଛି ବିପଦ। ଯେଉଁ ଚାକିରୀ ଆଉ ପଦର ଦୁରୁପଯୋଗ କରି ମାଲାମାଲ୍ ହେଉଥିଲେ, ସେହି ଚାକିରୀରୁ ଏବେ ସସ୍ପେଣ୍ଡ OSSC ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁ । କେବଳ ସସ୍ପେଣ୍ଡ ନୁହେଁ, ଆଗକୁ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନର ବି ଇସାରା ଦେଇଛନ୍ତି OSS ଅଧ୍ୟକ୍ଷ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ବିରଞ୍ଚି ଭିଜିଲାନ୍ସ ହାତରେ ଧରାପଡ଼ି ଗତ ଶୁକ୍ରବାର ଗିରଫ […]

author-image
Tapas Behera
ଅଦ୍ୟତନ ହୋଇଛି
ମୁଁ ବାଳିଆ ନୁହଁ !

798

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାପ ସମ୍ପତ୍ତିର ମାଲିକ ବାବୁ ବିରଞ୍ଚିଙ୍କ ବଢୁଛି ବିପଦ। ଯେଉଁ ଚାକିରୀ ଆଉ ପଦର ଦୁରୁପଯୋଗ କରି ମାଲାମାଲ୍ ହେଉଥିଲେ, ସେହି ଚାକିରୀରୁ ଏବେ ସସ୍ପେଣ୍ଡ OSSC ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁ । କେବଳ ସସ୍ପେଣ୍ଡ ନୁହେଁ, ଆଗକୁ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନର ବି ଇସାରା ଦେଇଛନ୍ତି OSS ଅଧ୍ୟକ୍ଷ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ବିରଞ୍ଚି ଭିଜିଲାନ୍ସ ହାତରେ ଧରାପଡ଼ି ଗତ ଶୁକ୍ରବାର ଗିରଫ ହୋଇଥିଲେ ।

Advertisment

ସେଦିନଠୁ ବିରଞ୍ଚିଙ୍କ କଳା ସାମ୍ରାଜ୍ୟର ଖୋଲୁଛି ନୂଆ ନୂଆ ଚିଠା । ତାହାରି ଭିତରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ପନ୍ଥା ଆପଣାଇ ବାବୁ ବିରଞ୍ଚି ଅମାପ ସମ୍ପତ୍ତି ଠୁଳ କରିଥିବା ଆଶଙ୍କା କରାଯାଉଛି । ଗତ ୨ଦିନ ହେଲା ବିରଞ୍ଚିଙ୍କ ଗିରଫଦାରୀ ପରଠୁ ଜଣଙ୍କ ପରେ ଜଣେ ଚାକିରି ଆଶାୟୀ OSSCର ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ଘୋଟାଲା ଅଭିଯୋଗ ଆଣୁଛନ୍ତି।  ଡାଟା ଏଣ୍ଟ୍ରି ପଦବୀ ପାଇଁ ପ୍ରକାଶିତ ୨୦୧୫ ମେର ଏହି ବିଜ୍ଞପ୍ତି ଉପରେ ଥରେ ନଜର ପକାନ୍ତୁ । ଗୃହ ବିଭାଗରେ ଖାଲିଥିବା ୨୩୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଉ ପରୀକ୍ଷା ସରିବା ପରେ ଚଳିତ ବର୍ଷ ଜାନୁୟାରୀରେ ଯାଇ ଆସିଥିଲା ରେଜଲ୍ଟ । ଅର୍ଥାତ ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ OSSCକୁ ଲାଗିଗଲା ୬ ବର୍ଷ । ତେବେ ଆଇନଗତ ଦୃଷ୍ଟିରୁ ହେଉ କିମ୍ବା ଅନ୍ୟ କୌଣସି କାରଣ ଏଭଳି ଏକାଧିକ ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହୋଇଥିବାବେଳେ ଏହାର ସୁଯୋଗ ନେଇ ସକ୍ରିୟ ହେଉଛନ୍ତି କି ମିଡିଲ୍ ମ୍ୟାନ୍ ? ଏଭଳି ଅନିୟମିତ କାରବାର ପଛରେ ପିଏସ୍ ବିରଞ୍ଚି ସାଜି ନାହାଁନ୍ତି ତ କାର୍ପଟଦାର ?

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚିଙ୍କୁ ଧରି ଏଣେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ । ପତ୍ନୀ ଏବଂ ସଢୁ ମନୋରଂଜନ ସାହୁଙ୍କୁ ମାମଲାରେ ଛନ୍ଦି ସମ୍ପତ୍ତି ଆୟର ଉତ୍ସ ଖୋଜୁଛି । କାରଣ ଏକ ବ୍ୟାଙ୍କର ବୀମା ଏଜେଣ୍ଟ ଭାବେ କାମ କରୁଥିବା ପତ୍ନୀଙ୍କ ନାଁରେ ଏକାଧିକ ସମ୍ପତ୍ତି ଥିବାବେଳେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ସଢୁଙ୍କ ଘରୁ ସନ୍ଦେହଜନକ ଭାବେ ମିଳିଥିଲା ନଗଦ ୧୩ ଲକ୍ଷ ଟଙ୍କା । ଏହାବ୍ୟତୀତ ବିରଞ୍ଚିଙ୍କ ଏହି କଳାଧନ ଅର୍ଜନ ପଛରେ ଆଉ କାହାର ଲିଙ୍କ ରହିଛି ? ସାଧାରଣ କିରାଣରୁ OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ହେବା ପରେ କେଉଁ ବାଟ ଦେଇ ଆୟ କରିଛନ୍ତି ଅମାପ ସମ୍ପତ୍ତି ? ତାଙ୍କ ପଦବୀର କୌଣସି ବଦଳି ବ୍ୟବସ୍ଥା ନଥିବାରୁ ଗୋଟିଏ ଯାଗାରେ ରହି ଏତେ ବଡ଼ ଦୁର୍ନୀତି ପଛରେ ଆଉ କିଏ ରହିଛି ବଡ଼ମୁଣ୍ଡ ? ତାହାର ଲିଙ୍କ୍ ଖୋଜିବା ସହ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିବା ପୂର୍ବରୁ ପ୍ରଶ୍ନ ତିଆରି କରୁଛି ଭିଜିଲାନ୍ସ । ଏସବୁ ଭିତରେ ଆଜି OSSC ଅଫିସରେ ସମ୍ମୁଖରେ ଗର୍ଜନ କରିଛି ଛାତ୍ର କଂଗ୍ରେସ । OSSC ଦ୍ୱାରା ହୋଇଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟାର ତଦନ୍ତ ଦାବି ସହ କମିଶନଙ୍କ ଅଫିସ ଆଗରେ ବିକ୍ଷୋଭ କରିଛି । ଏପରିକି କମିଶନଙ୍କ ଅଫିସରେ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

Advertisment
Vigilance Raid OSSC Member's Crorepati PS