ଚାନ୍ଦିପୁର ଆଇଟିଆରରେ ପାକିସ୍ତାନୀ ଟଙ୍କା, ଉତ୍ତରପ୍ରଦେଶ ଦେଇ ଆସୁଥିଲା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ।  ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନ ଟଙ୍କା ମିଳିବା ପରେ ଏହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।  । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି। ବାଂଲାଦେଶୀଙ୍କ ଉପରେ […]

pakistani-note

Niharika Rout
  • Published: Tuesday, 21 September 2021
  • , Updated: 21 September 2021, 12:23 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ତଥ୍ୟ।  ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନ ଟଙ୍କା ମିଳିବା ପରେ ଏହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।  । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି।

ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସ୍ଲିପର ସେଲ୍‌ର ସନ୍ଧାନ କରୁଛି କ୍ରାଇମବ୍ରାଞ୍ଚ । ଏଥିସହ ଟଙ୍କା କାରବାର ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି । ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି ।

ଗତକାଲି ଏୟାରଫୋର୍ସ ଟିମ୍ ସଦସ୍ୟ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ମାରାଥନ ଜେରା କରିଥିଲେ । ୫ ଘଣ୍ଟା ଧରି ଏହି ଟିମ୍ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଥିବା ସୂଚନା ମିଳିଛି । କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ ।

[caption id="attachment_677614" align="alignnone" width="650"] ତଥ୍ୟ ଲିକ୍‌ ଅଭିଯୋଗରେଚାନ୍ଦିପୁର ଡିଆରଡିଓର ଗିରଫ ୫ ଅସ୍ଥାୟୀ କର୍ମଚାରୀ।[/caption]

ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି । ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁ ଠାବ କରିବା ସହ ଅନ୍ୟ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି । ହ୍ୟାଣ୍ଡଲରକୁ ଠାବ କରାଯିବା ପରେ ଅଧିକ ତଦନ୍ତ ପାଇଁ NIAର ସହଯୋଗ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି

Related story