/odisha-reporter/media/post_attachments/uploads/2015/07/b.png)
b
ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୋରୁଆଠାରେ ଲୋକନାଥ ମହାବିଦ୍ୟାଳୟ ପରିସରରେ ସ୍ୱର୍ଗତ ରାଷ୍ଟ୍ରପତି ଏ.ପି.ଜେ ଅବୁଦୁଲ କଲାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ବା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ବିଜେଡି ରାଜ୍ୟପରିଷଦ ସଭ୍ୟ ଧୁର୍ବ ସାହୁ, ରାଜ୍ୟ ବିନ୍ଦୁ ଛାତ୍ର ଜନତା ସଂପାଦକ ରାଜେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ର ସମେତ ୧୨୯ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ କର୍ମଚାରୀ ଓ ବିଜେଡି ବ୍ଲକ ସଭାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
