/odisha-reporter/media/post_attachments/uploads/2021/09/iiiiiiiiiiii9999999-.jpg)
vigilance2
କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁରିବାହାଲ ବ୍ଲକ ଚଲକୀ ପଞ୍ଚାୟତର ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ବିଶ୍ୱମ୍ବରଙ୍କ କାର୍ଯ୍ୟାଳୟ ସହିତ ତିମିଆଁ ସ୍ଥିତ ତାଙ୍କ ପୈତୃକ ଘର ଓ ପାଟଣାଗଡ଼ ଗଙ୍ଗା ସାଗର ସ୍ଥିତ ତାଙ୍କର ବାସଭବନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଛି।
Advertisment
ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।
/odisha-reporter/media/post_attachments/wp-content/uploads/2021/09/88888888.jpg)
ବିଶ୍ୱମ୍ବର ଆୟ ବର୍ହିଭୂତ ସମ୍ପତି ଠୁଳ କରି ରଖିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ହେବା ପରେ ଆଜି ସକାଳେ ଚାରୋଟି ଟିମ୍ ଏକକାଳୀନ ଚଢ଼ଉ କରିଥିଲେ।
Advertisment
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଶ୍ୱମ୍ବର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ଆୟ ବର୍ହିଭୂତ ସମ୍ପତି ଠୁଳ କରିନାହିଁ। ମୋର ଯେତିକି ସମ୍ପତି ଅଛି, ତାହା ମୋ ଆୟ ଭିତରେ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
