Advertisment

ଘର ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରାସ୍ତା ପାର୍ଶ୍ୱରେ ଥିବା ଘର ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ବିଦ୍ୟୁତ ଖୁଣ୍ଟ ଓ ୮ ଜଣ ଶ୍ରମିକଙ୍କୁ ଧରି ଏକ ପିକ୍‌ଅପ୍‌ ଆଗଲପୁରରୁ ବଲାଙ୍ଗିରକୁ ଯାଉଥିଲା। ସଦେଇପାଲି ଛକ ନିକଟରେ ରାସ୍ତା କଡରେ ଥିବା ଏକ ଘର ଉପରକୁ ମାଡି ଯାଇଥିଲା ପିକ୍‌ଅପ୍‌ ଭ୍ୟାନଟି। ପରେ […]

ଘର ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

Pickup

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରାସ୍ତା ପାର୍ଶ୍ୱରେ ଥିବା ଘର ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

Advertisment

ବିଦ୍ୟୁତ ଖୁଣ୍ଟ ଓ ୮ ଜଣ ଶ୍ରମିକଙ୍କୁ ଧରି ଏକ ପିକ୍‌ଅପ୍‌ ଆଗଲପୁରରୁ ବଲାଙ୍ଗିରକୁ ଯାଉଥିଲା। ସଦେଇପାଲି ଛକ ନିକଟରେ ରାସ୍ତା କଡରେ ଥିବା ଏକ ଘର ଉପରକୁ ମାଡି ଯାଇଥିଲା ପିକ୍‌ଅପ୍‌ ଭ୍ୟାନଟି। ପରେ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡିଥିଲା। ପିକ୍‌ଅପ୍‌ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତଶ୍ରମିକ ହେଉଛନ୍ତି ହିମାଂଶୁ ଶଙ୍ଖୁଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲାର। ସ୍ଥାନୀୟ ଲୋକେ ଆହତ ୭ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପପିଟାଲରେ ଭର୍ତ୍ତି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe