/odisha-reporter/media/post_attachments/uploads/2020/11/790-90-2.jpg)
790-90
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଜନବିରୋଧୀ କାର୍ଯ୍ୟ କ’ଣ ? ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ? ତା’ର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ ବୋଲି ସେ ଜବାବ ମାଗିଛନ୍ତି। ସେହିପରି ଭିଜିଲାନ୍ସରେ ଫସିଥିବା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ନେଇ ଏମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଗଲା କି ପ୍ରଶ୍ନ ହେବାରୁ ସେ ଏହାକୁ ଖଣ୍ଡନ କରିଥିଲେ। କହିଥିଲେ ସେ ମୋ ଜ୍ୱାଇଁ ହୋଇଥାନ୍ତେ।
ସେ ଆହୁରି କହିଛନ୍ତି ଯେ, ୨୦୧୮ରେ ଭିଜିଲାନ୍ସରେ ଏକ ଆମେଣ୍ଡମେଣ୍ଟ ଆକ୍ଟ ଆସିଛି। ସେଥିରେ ଅଛି ଯେ, ବାପା ଯଦି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ଓ ସେଥିରେ ଯଦି ପୁଅ ଟ୍ୟାକ୍ସ ଫାଇଲ ରିଟର୍ଣ୍ଣ କରୁଥିବ, ସେହି ପରିସରକୁ ତାଙ୍କୁ ମଧ୍ୟ ଟଣାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି, ଆଜି କି କାଲି ପ୍ରଦୀପ ଦଳକୁ ଆସିନାହାନ୍ତି । ଦୀର୍ଘ ୨୦ ବର୍ଷ ହେଲା ସେ ଦଳରେ ଥିଲେ । ୩ ବର୍ଷ ସେ ମନ୍ତ୍ରୀ ମଧ୍ୟ ଥିଲେ । ପ୍ରଦୀପ ପାଣିଗ୍ରାହୀ କ’ଣ ଏବଂ ତାଙ୍କ ଚରିତ୍ର କ’ଣ ପୂରା ଓଡ଼ିଶାବାସୀ ଜାଣିଛନ୍ତି। ବହିଷ୍କାର କରିବା ଆମକୁ କଷ୍ଟ ଦେଇନି, ଜନବିରୋଧୀ ଆକ୍ଷେପ ଲଗାଇବା କଷ୍ଟ ଦେଇଛି । ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଏ । କିନ୍ତୁ ଇତିହାସରେ ପ୍ରଥମ କରି ଜନବିରୋଧୀ କାର୍ଯ୍ୟ ପାଇଁ ଜଣକୁ ବହିଷ୍କାର କରାଯାଇଛି । ଆମେ ଡରିବା ଲୋକ ନୁହଁ । ଆମେ କିଛି ଭୁଲ କରିନୁ । ଯିଏ ଭୁଲ କରିଥିବ ସିଏ ଡରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
