Advertisment

କ୍ରୀଡ଼ା ପ୍ରତିଯୋଗିତା ବେଳେ ଉଡ଼ିଗଲା ପ୍ରତିଯୋଗୀଙ୍କ ପ୍ରାଣବାୟୁ

ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଅକାଳ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
DHH puri

DHH puri

Advertisment

ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି। ମୃତକ ନିତିନ ସୋନି ରାଜସ୍ଥାନ ଯୋଧପୁରର ବୋଲି ସୂଚନା ମିଳିଛି।

Advertisment

ଏହି ପ୍ରତିଯୋଗିତାରେ ସୁଇମିଂ, ସାଇକ୍ଲିଂ, ଦଉଡ଼ ଭଳି ସମୂହ ପ୍ରତିଯୋଗିତା ହେଉଥିଲା। ଯେଉଁଥିରେ ଭାଗ ନେଇଥିଲେ ନିତିନ୍ । ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କୋଣାର୍କ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏନେଇ ନିତିନଙ୍କ ପରିବାରକୁ ଖବର ଦିଆଯାଇଛି। ନିତିନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଥିଲେ। ରାମଚଣ୍ଡୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏଠାରେ ସେ ୧.୫ କିମି ସୁଇମିଂ, ୪୦ କିମି ସାଇକେଲିଂ, ୧୦ କେମି ଦଉଡ଼ରେ ଭାଗ ନେଇଥିଲେ। ତେବେ ପ୍ରତିଯୋଗିତାରେ କୌଶଳ ପ୍ରଦର୍ଶନ କରୁଥିବା ବେଳେ ସେ ଅସୁସ୍ଥତା ଅନୁଭବ କରି ନିକଟରେ ରହୁଥିବା ହୋଟେଲକୁ ଯିବାକୁ ଚାହିଁଥିଲେ।

Advertisment

ଏନେଇ ପ୍ରତିଯୋଗିତା ଆୟୋଜକ ଜାଣିବା ପରେ ତାଙ୍କୁ କୋଣାର୍କ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ପୁରୀକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ସେଠାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ତାଙ୍କ ମୃତଦେହକୁ ଶବାଗାରରେ ସଂରକ୍ଷିତ ରଖାଯାଇଛି। ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ରାମଚଣ୍ଡି ପୁଲିସ ଓ କ୍ରୀଡ଼ା ଆୟୋଜକଙ୍କ ପକ୍ଷରୁ ନିତିନଙ୍କ ପରିବାରଙ୍କୁ ଏନେଇ ଖବର ଦିଆଯାଇଛି। ନିତିନ ଜଣେ ସେନା କର୍ମଚାରୀ ବୋଲି ମଧ୍ୟ ସୂଚନା ମିଳିଛି।

Spotrs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe