Advertisment

ଶ୍ରୀଅଙ୍ଗକୁ ମୂଷା ବିପଦ; ଗର୍ଭ ଗୃହ ଯାଞ୍ଚ କରିବ ଏଏସଆଇ ଓ ବୈଷୟିକ ଟିମ୍

ସିଂହଦ୍ୱାରରେ ଲାଗିଥିବା ପିତ୍ତଳ କବାଟକୁ ଖୋଲାଯାଇ ତା ସ୍ଥାନରେ ରୂପା କବାଟ ଲଗାଯିବ।

author-image
Tapaswini Nayak
Puri

Puri

ଆଜି ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ କରିବ ଏଏସଆଇ ଟିମ୍ ଓ ବୈଷୟିକ ଟିମ୍। ଶ୍ରୀଅଙ୍ଗକୁ ମୂଷା ବିପଦ ନେଇ ତଦାରଖ କରିବ ଟିମ୍। ସେହିପରି ସିଂହଦ୍ୱାର ରୂପା ଛାଉଣୀ କାମର ଅନୁଧ୍ୟାନ କରିବ ଟିମ୍।

Advertisment

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ୱାରରେ ରୂପା କବାଟ ଲାଗିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ୱାରରେ ଲାଗିଥିବା ପିତ୍ତଳ କବାଟକୁ ଖୋଲାଯାଇ ତା’ ସ୍ଥାନରେ ରୂପା କବାଟ ଲଗାଯିବ। ଏଥିପାଇଁ ସିଂହଦ୍ୱାରରେ ଗତକାଲି ଅସ୍ଥାୟୀ ଫ୍ରେମ୍ ଲଗାଯାଇଛି। ସିଂହଦ୍ୱାରରେ ରୂପା କବାଟ ଲାଗି ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିଲେ। ସେହି ରୂପାରେ ଉତ୍କଳୀୟ ଢାଞ୍ଚାରେ ସୁନ୍ଦର କାରୁ କାର୍ଯ୍ୟପୂର୍ଣ୍ଣ ରୂପା କବାଟ ପ୍ରସ୍ତୁତି ହୋଇଛି। ବର୍ମା ସାଗୁଆନ କାଠରେ ଏହି ନୂତନ କବାଟ ନିର୍ମାଣ କରାଯାଇଛି।

ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର, ଭୋଗମଣ୍ଡପ ଆଦିକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ୱାରା ନିର୍ମାଣ କରାଯାଇ ସାରିଛି।

Advertisment

ସୂଚନାଯୋଗ୍ୟ, ରତ୍ନ ସିଂହାସନ ଛାଡ଼ି  ଶରଧାବାଲିରେ ଅଛନ୍ତି ଶ୍ରୀଜିଉ। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଚାଲିଛି।

Puri Shreemandir Puri