Advertisment

କାଲିଠୁ ପ୍ରବଳ ବର୍ଷିବ, ୬୫ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ।  ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୫ ତାରିଖ ଯାଏ […]

author-image
Tapaswini Nayak
ଅଦ୍ୟତନ ହୋଇଛି
୧୭ରୁ ପୁଣି ପ୍ରବଳ ବର୍ଷିବ

rain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ।  ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିପାରେ। ୧୩ ତାରିଖରୁ ୧୫ ଯାଏ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହ ସର୍ବାଧିକ ୬୫ କିଲୋମିଟର ହୋଇପାରେ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଗତ ୨୪  ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ  ସର୍ବାଧିକ ୧୧୩.୪ ମି.ମି ବର୍ଷା ରେର୍କଡ କରାଯାଇଥିବା ବେଳେ ଦେବଗଡ଼ ଜିଲ୍ଲାର ବାରକଟ୍‌ରେ ୧୧୨.୫, ବରଗଡ଼ରେ ୧୦୭.୦ମି.ମି, କୁଚିଣ୍ଡାରେ ୯୦.୩ ମି.ମି,ମାର୍ଶଘାଇରେ ୭୨.୦ ମିମି, ଦେବଗଡ଼ରେ ୬୬.୦ ମି.ମି, ହୀରାକୁଦରେ ୬୨.୪ ମିମି ଓ ଚମ୍ପୁଆ ୬୧.୦ମିମି ବର୍ଷା ରେକର୍ଡ କାରାଯାଇଛି।

Advertisment