/odisha-reporter/media/post_attachments/uploads/2016/06/puri-6.jpg)
puri
କଟକ: ରଥଯାତ୍ରା ବେଳେ ପୁରୀକୁ ଅଧିକ ୩୦୦ଟି ବସ୍ ଚଳାଚଳ କରିବ। ଆଜି କଟକସ୍ଥିତ ରାଜ୍ୟ ଟ୍ରାନ୍ସଫୋର୍ଟ ଅଥରିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବେଳେ ଦିନ ରାତି ବସ୍ ଚଳାଚଳ କରିବ। ଏହି ସମୟରେ ଭକ୍ତଙ୍କଠାରୁ ନିୟମିତ ଭଡା ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରିବହନ କମିଶନର ଚନ୍ଦ୍ରଶେଖର କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଏସ୍ପି, କଟକ ଡିସିପି ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ବୈଠକରେ ଚନ୍ଦ୍ରଶେଖର କୁମାର କହିଛନ୍ତି,“ବେଶୀ ବସ୍ ଚାଲିଲେ ଭକ୍ତଙ୍କୁ ସୁବିଧା ହେବ। ଶାନ୍ତି ଓ ଶୃଙ୍ଖଳା ସହ ଭକ୍ତମାନେ ପୁରୀକୁ ଯାଇପାରିବ। ଅନ୍ୟ ରୁଟ୍ରୁ ଡାଇଭଟ୍ କରାଯାଇ ବସ ଚଳାଚଳ କରାଯିବ। ଏହ ବସ୍ରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ରହିବ।”
ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “ଆମର ଯେଉଁ ବସ୍ ଗୁଡିକ ରାଉରକେଲାରୁ ଭୁବନେଶ୍ୱର ଆସୁଛି, ଟାଟାରୁ ଭୁବନେଶ୍ୱର ଆସୁଛି, ରାଜ୍ୟ ବାହାର ଓ ଜିଲ୍ଲା ଭିତର ବସ୍ ଗୁଡିକ ଦିନରାତି ଚଳାଚଳ କରିବ। ସବୁ ବସ୍ ରଥଯାତ୍ରା ବେଳେ ପୁରୀ ଅଭିମୁଖେ ଯାତ୍ରା କରିବ। ଏବେ ୨୦୦ ବସ୍ ଚାଲୁଛି ଆଉ ପାଖାପାଖି ୩୦୦ ବସ୍ ଚଳାଯିବାକୁ ନିଷ୍ପତ୍ତି ହୋଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
