/odisha-reporter/media/post_attachments/uploads/2015/12/raygada-chasi.jpg)
raygada-chasi
ରାୟଗଡା: ରାୟଗଡ଼ା ଜିଲ୍ଲାରେ ଜଣେ କପା ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ହଲୁଆ ପଞ୍ଚାୟତ ଅର୍ନ୍ତଗତ କୋଡିଙ୍ଗିଗୁଡା ଗାଁର ରାମଦାସ କଲକା ନାମକ ଚାଷୀ ଗୁରୁବାର ସନ୍ଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ସାହୁକାରଙ୍କଠାରୁ ୫୦ ହଜାର ଟଙ୍କା ଋଣ ଆଣି ୪ ଏକର ଜମିରେ କପା ଚାଷ କରିଥିଲେ। କପା ଗଛ ଉଠିଥିଲେ ମଧ୍ୟ ସେଥିରେ ଫଳ ହୋଇ ନ ଥିଲା। ଫଳରେ ସେ ଋଣ ଶୁଝିବାକୁ ନେଇ ଚିନ୍ତାରେ ଥିଲେ। ଏହାକୁ ନେଇ ସେ ବିଷ ପିଇ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
