/odisha-reporter/media/post_attachments/uploads/2016/05/spnga.jpg)
spnga
ରାଉରକେଲା: ରାଉରକେଲା କଲୁଙ୍ଗାରେ ଥିବା ମହାବୀର ଫେରୋ ଆଲଏଜ୍ ସ୍ପଞ୍ଜ ଆଇରନ୍ କାରଖାନାରେ ଆଜି ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ(ଆଇ.ଜି.ଏଚ୍)ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ମହେଶ ଦୁବେ, ସାନିକା ତିର୍କୀ ଏବଂ ଉଇଲିୟମ ଡୁଙ୍ଗଡୁଙ୍ଗ୍ ।
Advertisment
ଶ୍ରମିକମାନେ କାରଖାନାରେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାଇ ଭୋଲଟେଜ୍ ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଇଛି। ଏହାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
