/odisha-reporter/media/post_attachments/uploads/2015/06/vlcsnap-2015-06-18-16h23m08s56.png)
sanjaydashvarma
ଭୁବନେଶ୍ୱର: ଆଇଆଇଏମ୍ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପ୍ରତିଷ୍ଠା ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଆସନ୍ତା ଜୁନ୍ ୨୫ରେ ସମ୍ୱଲପୁର ଆସିବେ କେନ୍ଦ୍ରୀୟ ଅନୁଧ୍ୟାନକାରୀ କମିଟି। ଗୁରୁବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା।
ସେ କହିଛନ୍ତି, ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ରାଜ୍ୟ ସରକାର ସମ୍ୱଲପୁରରେ ଚିହ୍ନଟ କରିଥିବା ସ୍ଥାନଗୁଡ଼ିକୁ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ନା ନାହିଁ ତାର ଅନୁଧ୍ୟାନ କରିବେ। ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଆସିବେ। ଟିମରେ ୪ ଜଣ ସଦସ୍ୟ ରହିବେ। ଏଥିରେ ଓଡ଼ିଶାରୁ ମଧ୍ୟ ଦୁଇ ଜଣ ସଦସ୍ୟ ରହିବେ। ଏମାନେ ହେଲେ ସିପିଡବ୍ଲୁଡିର ମୁଖ୍ୟଯନ୍ତ୍ରୀ ଉମେଶ ମିଶ୍ର ଓ ନିଯୁକ୍ତି ଓ ବୈଷୟିକ ସଚିବ ଅସିତ ତ୍ରିପାଠୀ। ଏହି ଟିମ୍ ଆବଶ୍ୟକୀୟ ଭିତ୍ତିଭୂମି ଅନୁଧ୍ୟାନ କରି କେନ୍ଦ୍ରକୁ ରିପୋର୍ଟ ଦେବା ପରେ ଯାଇ କେନ୍ଦ୍ର ସରକାର ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
