/odisha-reporter/media/post_attachments/uploads/2016/02/Baba-en-Madrid.jpg)
Baba en Madrid
ଭୁବନେଶ୍ୱର: କ୍ରିୟାଯୋଗ ଆଶ୍ରମ ମୁଖ୍ୟ ଶଙ୍କରାନନ୍ଦ ଗିରିଙ୍କୁ ଭୁବନେଶ୍ୱରରେ ୮ ଘଣ୍ଟା ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଆଶ୍ରମ ପାଇଁ କେତେ ପରିମାଣର ବୈଦେଶିକ ପାଣ୍ଠି କେଉଁ କେଉଁ ସଂସ୍ଥାରୁ ପାଇଛନ୍ତି, ସେ ନେଇ ଶଙ୍କରାନନ୍ଦଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ଇଡି। ଏହି ସମୟରେ ଶଙ୍କରାନନ୍ଦ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଦାଖଲ କରିଥିବା ସୂଚନା ମିଳିଛି।
Advertisment
ଆଲେନ୍ ନିଲସନ୍ ନାମକ ଜଣେ ଡେନମାର୍କ ନାଗରିକଙ୍କଠାରୁ ଶଙ୍କରାନନ୍ଦ ପ୍ରାୟ ୨କୋଟି ଟଙ୍କା ଠକି ନେଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। କ୍ରିୟାଯୋଗ ଆଶ୍ରମ ପାଇଁ ଟଙ୍କା ଆଣି ଶଙ୍କରାନନ୍ଦ ୨ଗୁଣା କରି ଫେରାଇ ଦେବାକୁ କହି ଠକିଥିବା ନେଇ ଅଭିଯୋଗ କରିଛନ୍ତି ଲେନ୍। ଏହା ପରେ କ୍ରିୟାଯୋଗ ଆଶ୍ରମର ଆର୍ଥିକ କାରବାରର ତଦନ୍ତ କରିବାକୁ କୋର୍ଟରେ ଇଡି ଆବେଦନ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
