Advertisment

ପିଲା ଚୋରି କରି ସୁପରମିଛୁଆ ଦମ୍ପତି ଗିରଫ

କଟକ(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ କରିବାକୁ ପରିକଳ୍ପନା ଭିତରେ କଟକ ବଡ଼ ମେଡିକାଲରୁ ପିଲା ଚୋରି ଅଭିଯୋଗ। ତେବେ ମାତ୍ର କିଛି ଘଣ୍ଟା ପରେ ଚୋରି ନବଜାତ ଶିଶୁଟି ମିଳି ଯାଇଛି। ହେଲେ ସାମ୍ନାକୁ ଆସିଛି ଯୋଜନାବଦ୍ଧ ପିଲା ଚୋରି ଷଡ଼ଯନ୍ତ୍ରର କାହାଣୀ। ପିଲା ଚୋରି ପାଇଁ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଜାଲି ଡକ୍ୟୁମେଣ୍ଟ କରି ଏ ପୂରା କାରସାଦି କରିଥିଲେ। ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ୍ […]

ଅଦ୍ୟତନ ହୋଇଛି
ଧରାପଡ଼ିଲା ମହିଳାଙ୍କ ଚାଲାକି; ଚୋରି ଶିଶୁକୁ ଫେରାଇବାକୁ ଆସି ଫସିଗଲେ

ctc

Advertisment

କଟକ(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ କରିବାକୁ ପରିକଳ୍ପନା ଭିତରେ କଟକ ବଡ଼ ମେଡିକାଲରୁ ପିଲା ଚୋରି ଅଭିଯୋଗ। ତେବେ ମାତ୍ର କିଛି ଘଣ୍ଟା ପରେ ଚୋରି ନବଜାତ ଶିଶୁଟି ମିଳି ଯାଇଛି। ହେଲେ ସାମ୍ନାକୁ ଆସିଛି ଯୋଜନାବଦ୍ଧ ପିଲା ଚୋରି ଷଡ଼ଯନ୍ତ୍ରର କାହାଣୀ। ପିଲା ଚୋରି ପାଇଁ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଜାଲି ଡକ୍ୟୁମେଣ୍ଟ କରି ଏ ପୂରା କାରସାଦି କରିଥିଲେ। ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ୍ ଆଜି ପିଲା ଚୋରିରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Advertisment

ସୂଚନା ଥାଉକି, କଟକ ବଡ଼ ମେଡିକାଲର ହାଇସିକ୍ୟୁରିଟି SNCU ଭିତରୁ ଏକ ନଜଜାତ ଶିଶୁକନ୍ୟା ଗାଏବ ହୋଇଯାଇଥିଲେ। ପରେ ସାମ୍ନାକୁ ଆସିଛି ପିଲା ଚୋରି ଘଟଣା ପଛର କଳା କାହାଣୀ। SCB SNCU ଭିତରେ ଚିକିତ୍ସାଧୀନ ଥିଲେ ପୁରୀ ଚନ୍ଦନପୁର ଅଞ୍ଚଳର ତୋଫାନ କୁମାର ଜେନାଙ୍କ ନବଜାତ ଶିଶୁକନ୍ୟା। ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ହସ୍ପିଟାଲ ବେଡରେ ତାଙ୍କ ଝିଅ ନଥିବା କଥା ତାଙ୍କୁ ଫୋନରେ ଜଣାଇଥିଲେ ଦାୟିତ୍ୱରେ ଥିବା କର୍ମଚାରୀ। ଏ ନେଇ ସେ ତୁରନ୍ତ ମଙ୍ଗଳବାଗ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ଛାନଭିନ୍। ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ପରେ ମଙ୍ଗଳବାର ଏକ ଦମ୍ପତିଙ୍କ ଘରେ ଚଢ଼ାଉ କରି ଶିଶୁକୁ ଉଦ୍ଧାର କରିଥିଲା। ପରେ ସମ୍ପୃକ୍ତ ଦମ୍ପତିଙ୍କୁ ଅଟକ ରଖାଯାଇ ପଚରାଉଚରା ବେଳେ ସେମାନେ ଅନେକ ମିଛ କହି ପୁଲିସ ଠାରୁ ଖସିବାକୁ ଚେଷ୍ଟା କରିଥିଲେ। ହେଲେ ଶେଷରେ ପିଲା ଚୋରିରେ ସେମାନଙ୍କ ହାତ ଥିବା ଜଣାପଡ଼ିଥିଲା।

ଚୋରି ଛୁଆକୁ ଫେରାଇବାକୁ ଆସିଥିବା ଦମ୍ପତି ସଫେଇ ଦେଇଛନ୍ତି ଯେ, ମାସେ ତଳେ କଟକ ବଡ଼ ମେଡିକାଲରେ ସେମାନଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ସେ ବି SNCUରେ ଚିକିତ୍ସାଧୀନ ଥିଲା। ତେବେ ଗତକାଲି ଡିସଚାର୍ଜ ବେଳେ ସେମାନେ ଭୁଲରେ ସେମାନଙ୍କ ଶିଶୁପୁତ୍ର ବଦଳରେ ଶିଶୁକନ୍ୟାକୁ ନେଇଛନ୍ତି। ଶିଶୁଟି କନ୍ୟା ବୋଲି ଜାଣିବା ପରେ ଫେରାଇବାକୁ ମେଡିକାଲ ଆସିଛନ୍ତି। ଏପଟେ ପୁଲିସ ଓ ଏସ୍‌ସିବି କର୍ତ୍ତୃପକ୍ଷ ମହିଳାଙ୍କ ବୟାନକୁ ଛାନଭିନ୍ ପରେ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଆଶ୍ଚର୍ଯ୍ୟର କଥା, ମହିଳା ଜଣକ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଏକ ଓପିଡି ଟିକେଟ୍ ଓ ଏକ ଡିସଚାର୍ଜ ସାର୍ଟିଫିକେଟ୍ ବି ପ୍ରସ୍ତୁତ କରିଥିଲେ। ତେବେ ଡିସଚାର୍ଜ ସାର୍ଟିଫିକେଟଟି ନକଲି ବୋଲି ଜଣାପଡ଼ିଥିବାରୁ ଛୁଆ ଚୋରି ଯେ ଯୋଜନାବଦ୍ଧ ଥିଲା, ସେ କଥା ପୁଲିସ ଦେଇଥିବା ସୂଚନାରୁ ସାମ୍ନାକୁ ଆସିଛି।

Advertisment

କଟକ ବ଼ଡ଼ ମେଡିକାଲରୁ ଏ ସୁଚିନ୍ତିତ ପିଲା ଚୋରି ଘଟଣା ସାମ୍ନାକୁ ଆସିବା ମେଡିକାଲ କର୍ମଚାରୀ ତଥା ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପୁଣି ପଦାରେ ପକାଇଛି। ଏପଟେ ପ୍ରଶ୍ନ ଉଠୁଛି, ହାଇ ସିକ୍ୟୁରିଟି ଜୋନ୍‌ରେ ଥିବା SNCU ଭିତରୁ ପିଲା ଚୋରି ସମ୍ଭବ ହେଲା କେମିତି? ମହିଳା ଜଣକ ପିଲା SNCU ଭିତରକୁ ଯିବାକୁ ପାସ୍ ପାଇଲେ କିଭଳି? ଡୁପ୍ଲିକେଟ୍ ଡିସଚାର୍ଜ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ପିଲାକୁ ଏତେ ସହଜରେ ନେଇଯିବା ପଛରେ ମେଡିକାଲର କେଉଁ କର୍ମଚାରୀ ସାମିଲ ନାହାନ୍ତି ତ ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe