Advertisment

IRB ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

ଫୁଲବାଣୀ (ତ୍ରିନାଥ ସାହୁ): IRB ଯବାନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଗର୍ଭ ନଷ୍ଟ କରିଦେଇଛନ୍ତି। ଏପରିକି ତାଙ୍କୁ ଘରୁ ତଡ଼ିଦେଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି IRB ଯବାନଙ୍କ ପତ୍ନୀ। ପୁଲିସ୍‌ଠାରୁ ନ୍ୟାୟ ନପାଇ ଆଜି ସେ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ନ୍ୟାୟ ଦେବା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ୨୦୧୫ ମସିହାର ଘଟଣା। ଟକେରିମାଲା ଗାଁର IRB ଯବାନ ଗୌରୀଶଙ୍କର ପ୍ରଧାନ ଜବରଦସ୍ତି ନଇମା ପ୍ରଧାନଙ୍କୁ […]

author-image
Manoranjan Sial
IRB ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

Phulbani

ଫୁଲବାଣୀ (ତ୍ରିନାଥ ସାହୁ): IRB ଯବାନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଗର୍ଭ ନଷ୍ଟ କରିଦେଇଛନ୍ତି। ଏପରିକି ତାଙ୍କୁ ଘରୁ ତଡ଼ିଦେଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି IRB ଯବାନଙ୍କ ପତ୍ନୀ। ପୁଲିସ୍‌ଠାରୁ ନ୍ୟାୟ ନପାଇ ଆଜି ସେ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ନ୍ୟାୟ ଦେବା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି।

Advertisment

୨୦୧୫ ମସିହାର ଘଟଣା। ଟକେରିମାଲା ଗାଁର IRB ଯବାନ ଗୌରୀଶଙ୍କର ପ୍ରଧାନ ଜବରଦସ୍ତି ନଇମା ପ୍ରଧାନଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ପରମ୍ପରା ଅନୁସାରେ ବିବାହ କରିଥିଲେ। ପ୍ରାୟ ୪ ବର୍ଷ ଧରି ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ। ତେବେ ୪ ବର୍ଷ ତଳେ ହଠାତ୍‌ ନଇମାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ଯୌତୁକ ଦାବି କରି ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇ ୫ ମାସର ଗର୍ଭ ନଷ୍ଟ ହୋଇଯାଇଥିବା ନଇମା ଅଭିଯୋଗ କରିଛନ୍ତି।

ତେବେ ନିର୍ଯାତନା ଅସହ୍ୟ ହେବାରୁ ୨୦୧୯ ମସିହାରେ ନଇମା ବାପ ଘରକୁ ଚାଲି ଯାଇଥିଲେ। ହେଲେ ଗୌରୀଶଙ୍କର ତାଙ୍କ ସ୍ତ୍ରୀ ନଇମାଙ୍କୁ ମାରିବା ପାଇଁ ବହୁବାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନଇମା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଇତି ମଧ୍ୟ ୩ ବର୍ଷ ବିତିଗଲାଣି। ସ୍ୱାମୀଙ୍କ ବିରୋଧରେ ବାରମ୍ୱାର ଥାନାରେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ୍‌ ମାମଲା ରୁଜୁ କାରୁନାହିଁ। ଗୌରୀଶଙ୍କର ଯବାନ ହୋଇଥିବାରୁ ପୁଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଛି। ଶେଷରେ ଉପାୟଶୂନ୍ୟ ହୋଇ ନଇମା ଆଜି କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ସେ ନିବେଦନ କରିଛନ୍ତି।

Advertisment

ତେବେ ଏ ବାବଦରେ IRB ଯବାନ ସ୍ୱାମୀ, ଦାରିଙ୍ଗବାଡି ଥାନାଧିକାରୀ କିମ୍ବା କନ୍ଧମାଳ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।