ରାଜଧାନୀରେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ! ବିଚ୍‌ ରାସ୍ତାରେ ଖଣ୍ଡାରେ କାଟିଲେ କେକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ। ରାଜଧାନୀର ଛାତି ଉପରେ ବିଚ୍‌ ରାସ୍ତାରେ ଖଣ୍ଡାରେ କଟାଯାଉଛି କେକ୍‌। ଆଉ ସେଲିବ୍ରେଶନ୍‌ କରାଯାଉଛି ଜନ୍ମଦିନ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓକୁ ନେଇ ଖୋଳତାଡ କରୁଛି ପୁଲିସ୍‌। ଅନ୍ଧାର ରାତି। ନୟାପଲ୍ଲୀ ଅଞ୍ଚଳରେ ଛିଡ଼ା ହୋଇଛି ଗୋଟିଏ ଧଳା ରଙ୍ଗର କାର୍‌। ଆଉ ସେହି କାର ସାମ୍ନା ବର୍ନେଟ ଉପରେ ରଖାଯାଇଛି କେକ୍‌। ସେହି କେକକୁ ଖଣ୍ଡାରେ କାଟୁଛନ୍ତି ଜଣେ […]

BBSR

  • Published: Monday, 28 November 2022
  • , Updated: 28 November 2022, 06:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ। ରାଜଧାନୀର ଛାତି ଉପରେ ବିଚ୍‌ ରାସ୍ତାରେ ଖଣ୍ଡାରେ କଟାଯାଉଛି କେକ୍‌। ଆଉ ସେଲିବ୍ରେଶନ୍‌ କରାଯାଉଛି ଜନ୍ମଦିନ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓକୁ ନେଇ ଖୋଳତାଡ କରୁଛି ପୁଲିସ୍‌।

ଅନ୍ଧାର ରାତି। ନୟାପଲ୍ଲୀ ଅଞ୍ଚଳରେ ଛିଡ଼ା ହୋଇଛି ଗୋଟିଏ ଧଳା ରଙ୍ଗର କାର୍‌। ଆଉ ସେହି କାର ସାମ୍ନା ବର୍ନେଟ ଉପରେ ରଖାଯାଇଛି କେକ୍‌। ସେହି କେକକୁ ଖଣ୍ଡାରେ କାଟୁଛନ୍ତି ଜଣେ ଯୁବକ। ସେଠାରେ ରୁଣ୍ଡ ହୋଇଥିବା ୧୫ରୁ ୨୦ ଜଣ ଯୁବକ ତାଳି ମାରି ହାପି ବାର୍ଥ ଡେ’ ହାପି ବାର୍ଥ ଡେ’ କହୁଥିବା ଦେଖିବାକୁ ମିଳିଛି। ସମସ୍ତେ ସମ ବୟସ୍କ ପରି ମନେ ହେଉଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଭିଡିଓଟି କେଉଁ ଦିନର, ତାହା ଜଣାପଡ଼ି ନାହିଁ।

ରାସ୍ତା ଉପରେ ଖଣ୍ଡାରେ କଟା ଯାଉଥିବା ଭିଡିଓଟି କମିଶନରେଟ୍‌ ପୁଲିସ୍‌ ପାଖରେ ପହଞ୍ଚିଛି। ପୁଲିସ୍‌ ଭାଇରାଲ୍‌ ଭିଡିଓକୁ ନେଇ ଖୋଳତାଡ଼ ଚଳାଇଛି। ଭିଡିଓରେ ଥିବା ଯୁବକଙ୍କୁ ଚିହ୍ନଟ କରୁଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ଆଜି କେତେକ ସ୍ଥାନରେ ପୁଲିସ୍‌ ଚଢ଼ଉ କରିଥିବା ଜଣାପଡ଼ିଛି।

ପୂର୍ବରୁ ସମାନ ଢଙ୍ଗରେ ବିଚ୍ ରାସ୍ତାରେ KBN ଗ୍ୟାଙ୍ଗ କେକ କାଟିବା ସହ ଖଣ୍ଡା ବୁଲାଇବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ପୁଲିସ ତତ୍ପର ହୋଇଥିଲା। ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ କେବିଏନ୍‌ ଗ୍ୟାଙ୍ଗର ପିଲାଙ୍କୁ ଗିରଫ କରିଥିଲା ପୁଲିସ୍‌। ତେବେ ଏବେକା ଘଟଣାରେ ଯୁବକମାନେ କିଏ, ତାହା ସ୍ପଷ୍ଟ ହୋଇନି।

https://www.youtube.com/watch?v=aqWNriZZZo0

Related story