Advertisment

ଲୁହା ରଡ୍‌ରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଦେଲା ସ୍ୱାମୀ!

ଦୁଃଖୀଶ୍ୟାମ ଭୁଏ ଜଣେ କୁକୁଡ଼ା ବ୍ୟବସାୟୀ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଗତ ୧୭ ତାରିଖ ବିଳମ୍ବିତ ରାତିରେ ସେ ତାଙ୍କ ପତ୍ନୀ ସନ୍ତୋଷିନୀ ଭୁଏଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Binka

Binka

ଲୁହା ରଡ୍‌ରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଦେଲା ସ୍ୱାମୀ! ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବିନିକା ଥାନା ଅଡାକସା ଗାଁର ଦୁଃଖୀଶ୍ୟାମ ଭୁଏ ଜଣେ କୁକୁଡ଼ା ବ୍ୟବସାୟୀ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ୧୭ ତାରିଖ ବିଳମ୍ବିତ ରାତିରେ ସେ ତାଙ୍କ ପତ୍ନୀ ସନ୍ତୋଷିନୀ ଭୁଏଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ କୁକୁଡ଼ା ଦୋକାନରେ ଶ୍ରମିକ ଭାବେ କାମ କରୁଥିବା ପ୍ରଫୁଲ୍ଲ ମେଲ୍ଲୀ ସହଯୋଗ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି।

ଆଜି ଗାଁ ଲୋକେ ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଏପରିକି ଦୁଃଖିଶ୍ୟାମ ଓ ପ୍ରଫୁଲ୍ଲ ମେଲ୍ଲୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି ପୁଲିସ୍‌ ଦୁଃଖୀଶ୍ୟାମକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରିପୋର୍ଟ-ବିନିକାରୁ ଦିଲ୍ଲୀପ କୁମାର ସାହୁ

Murder Crime Subarnpur