Advertisment

ବିମଳେନ୍ଦୁ ରାୟ ହେବେ ସୋନପୁର ଜିଲ୍ଲାପାଳ

ସୁନିଲ ନରବାଣେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବାପରେ ଦୁଇମାସ ହେଲା ସୋନପୁରରେ ଜିଲ୍ଲାପାଳ ପଦବୀ ଖାଲିପଡିଥିଲା।

Bimalendu Ray

Bimalendu Ray

Advertisment

ସୋନପୁର ଜିଲ୍ଲାରେ ଯୋଗଦେବେ ନୂତନ ଜିଲ୍ଲାପାଳ।  ବିମଳେନ୍ଦୁ ରାୟଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି।

Advertisment

ସୋନପୁରର ଜିଲ୍ଲାପାଳ ଆବୋଲି ସୁନିଲ ନରବାଣେଙ୍କୁ ଝାରସୁଗୁଡାକୁ ବଦଳି କରାଯାଇଥିଲା। ଉପନିର୍ବାଚନ ପୂର୍ବରୁ ନରବାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ସୁନିଲ ନରବାଣେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବାପରେ ଦୁଇମାସ ହେଲା ସୋନପୁରରେ ଜିଲ୍ଲାପାଳ ପଦବୀ ଖାଲିପଡିଥିଲା। ବରିଷ୍ଠ ଓଏସ ଅଧିକାରୀ ତଥା ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟାଣ ଦାଶ ସେହି ଦିନଠାରୁ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ।

Advertisment

ସୋନପୁରରେ ନୂତନ ଜିଲ୍ଲାପାଳ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ  ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ସାମୁହିକ ଉନ୍ନତି ଦିଗରେ ନୂତନ ଜିଲ୍ଲାପାଳ କାର୍ଯ୍ୟକରିବେ ବୋଲି ଆଶା କରାଯାଉଛି ।

Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe