Advertisment

ଛାତରୁ ଖସୁଛି କଂକ୍ରିଟ ଖଣ୍ଡ, କାନ୍ଥରୁ ପ୍ଲାଷ୍ଟର; ବିପଦରେ ଛାତ୍ରଛାତ୍ରୀ

ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ନିଯୁକ୍ତ ହୋଇଛନ୍ତି ମାତ୍ର ଜଣେ ଶିକ୍ଷକ।

author-image
Tapaswini Nayak
ଅଦ୍ୟତନ ହୋଇଛି
School problem

School problem

କାନ୍ଥ ଫାଟି ଆଁ କରିଛି, ଛାତରୁ ସିମେଣ୍ଟ ଖସୁଛି। ପଲସ୍ତରା ଛାଡ଼ି ପିଲାର ଭିତର ରଡ୍ ଦେଖାଯାଉଛି ବି ଦିଶିଲାଣି । କେତେବେଳେ ସ୍କୁଲ ଭୁଶୁଡ଼ି ପଡ଼ିବ କହି ହେବ ନାହିଁ। ତେବେ ଏଭଳି ବିପଦ ଶଙ୍କୁଳ ଅବସ୍ଥାରେ ସେଠାରେ ବସି ପାଠ ପଢୁଛନ୍ତି କୁନିକୁନି ପିଲାମାନେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫୁଲମୁଠି ଗାଁର ମାହେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ଏହି ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରହିଛି। ଏହି ଦୁଇଟି ଶ୍ରେଣୀରେ ୩୮ ଜଣ ପିଲା ପାଠ ପଢ଼ନ୍ତି। ଏହି ସ୍କୁଲରେ ଗୋଟିଏ ଅଫିସ ରୁମ୍‌ ଥିବା ବେଳେ ଦୁଇଟି ଶ୍ରେଣୀର ପିଲାମାନେ ପାଠ ପଢ଼ିବା ପାଇଁ ଦୁଇଟି ଶ୍ରେଣୀ ଗୃହ ରହିଛି। କିନ୍ତୁ ଶ୍ରେଣୀରେ ଗୃହ ଗୁଡ଼ିକର ଅବସ୍ଥା ବେଶ୍ ଶୋଚନୀୟ ହୋଇପଡ଼ିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖସୁଥିବା ବେଳେ କାନ୍ଥ ଫାଟି ଆଁ କରିଛି। କେତେବେଳେ ପିଲାମାନଙ୍କ ଉପରେ କଂକ୍ରିଟ୍ ଖଣ୍ଡ ପଡ଼ିବ କହି ହେବ ନାହିଁ। ବର୍ଷା ଦିନରେ ଛାତରୁ ପାଣି ଗଳେ। ତେଣୁ ପିଲାମାନେ ବାଧ୍ୟ ହୋଇ ବାରଣ୍ଡାରେ ବସନ୍ତି। ଆଉ ଏକ ପ୍ରମୁଖ ସମସ୍ୟା ଅଛି। ଏଠାରେ ଦୁଇଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। 

School Problemସ୍କୁଲ କାନ୍ଥ ଫାଟି ଆଁ କରିଛି

ସ୍କୁଲର ଏକମାତ୍ର ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତାଇ ଚରଣ ପୂଝାରୀ କହିଛନ୍ତି, ସ୍କୁଲର ସମସ୍ୟା ନେଇ ମୁଁ ବାରମ୍ବାର ପ୍ରଶାସନକୁ ଜଣାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ସରକାର ଶୀଘ୍ର ନୂତନ ସ୍କୁଲ ଗୃହ ନିର୍ମାଣ କରନ୍ତୁ। ଏହାସହ ଶିକ୍ଷକ ମଧ୍ୟ ନିଯୁକ୍ତି କରନ୍ତୁ।

Advertisment

ଚରଦା ସିଆରସିସି ଜୟନାରାୟଣ ପୂଝାରୀ କହିଛନ୍ତି, ସ୍କୁଲର ଛାତ ଫାଟିଯାଇଛି। ବର୍ଷା ଦିନେ ଛାତରୁ ପାଣି ଗଳୁଛି। ନୂତନ ସ୍କୁଲ ଗୃହ ପାଇଁ ନିର୍ମାଣ ପାଇଁ ସରପଞ୍ଚଙ୍କ କଥା ହୋଇଛୁ। ଖବ୍‌ଶୀଘ୍ର ନୂତନ ସ୍କୁଲ ଗୃହ ନିର୍ମାଣ କରାଯିବ। ସ୍କୁଲରେ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି। ଶିକ୍ଷକପାଇଁ ସରକାରଙ୍କୁ ଚିଠି ଲେଖି ଜଣାଇଛୁ।

ବିନିକା ବିଡିଓ ବ୍ୟାସଦେବ ବେହେରା କହିଛନ୍ତି, ସ୍କୁଲଟି ପଞ୍ଚାୟତ ସ୍ତରକୁ  ଟ୍ରାନ୍ସଫର କରାଯାଇଛି। କିପରି ଖୁବ୍‌ ଶୀଘ୍ର ନୂତନ ସ୍କୁଲଗୃହ ନିର୍ମାଣ କରାଯିବ ସେନେଇ ସରପଞ୍ଚ ଓ ପିଇଓଙ୍କ କଥା ହୋଇଛୁ। କିଛି ଦିନ ଭିତରେ ଏହି ସମସ୍ୟାର ସମାଧାନ  ହୋଇଯିବ।

 
School Sonepur