Advertisment

ତଅପୋଈ, ଘରମଣୀ ଓ ଦୁଷ୍ଟ ଭାଉଜଙ୍କ କାହାଣୀ

ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଆମ ଦେଶ। ଏଠାରେ ଦେଖିବାକୁ ମିଳିଥାଏ ଅନେକ ପର୍ବପର୍ବାଣୀ। ସେଥିମଧ୍ୟରୁ ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା ଗୋଟିଏ। ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଏହି ଓଷା ପାଳନ କରାଯାଏ। କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଏହି ଓଷା କରିଥାନ୍ତି।

ରବିବାର ପୂଜା ପାଳି। ଏଥିପାଇଁ କୁଆଁରୀ ଝିଅଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ଖୁଦୁରୁକୁଣୀ ପୂଜା ପାଇଁ ସକାଳୁ ସକାଳୁ ଆରମ୍ଭ ହୁଏ ଫୁଲ ତୋଳା। ତା ପରେ ସମସ୍ତେ ମିଶି ଗାଁ ପୋଖରୀ କିମ୍ୱା ନଈକୁ ଗାଧୋଇବାକୁ ବାହାରନ୍ତି। କାରଣ ସେଇ ନଈରେ ହିଁ ଥାଏ ପୂଜାର କିଛି ବିଧି। ସେଠି ଓଦା ଲୁଗାରେ ହୁଏ ବାଲୁଙ୍କା ପୂଜା। ସମସ୍ତେ ମଙ୍ଗଳା ମା'ଙ୍କର ମୂର୍ତ୍ତି ଆଣି ଘରେ ପୂଜା କରିଥାନ୍ତି। କିନ୍ତୁ ଖୁଦୁରୁକୁଣୀ ପାଇଁ ଝିଅମାନେ ନଈପଠାରେ ମାଟିରେ ମା ମଙ୍ଗଳାଙ୍କ ପିତୁଳା ତିଆରି କରି ଆରମ୍ଭ କରନ୍ତି ପୂଜା। ନାନାପ୍ରକାର ଫୁଲ, ଏକ ପ୍ରକାର କାଠି, ଭୋଗ, ଦୀପ, ଧୂପ ଦେଇ ମା'ଙ୍କୁ ଝିଅମାନେ ପୂଜା କରିଥାନ୍ତି।

ନଈରୁ ଫେରି ଝିଅମାନେ ସମସ୍ତେ ମିଶି ଫୁଲ ଗୁନ୍ଥିଥାନ୍ତି। ନାନା ପ୍ରକାର ଫୁଲରେ ତିଆରି ହୁଏ ମା'ଙ୍କ ପାଇଁ ହାର। ପୂଜା ସାମଗ୍ରୀକୁ ଯୋଗାଡ଼ କରନ୍ତି। ଚାଉଳ ବାଟି ଚିତା ପକାଇଥାନ୍ତି।... ଏହାପରେ ସମସ୍ତଙ୍କର ଅପେକ୍ଷା ଥାଏ ରାତିର ପୂଜା ସମୟକୁ। ସମସ୍ତେ ଏକତ୍ର ହୋଇ ଆରମ୍ଭ କରନ୍ତି ପୂଜାର୍ଚ୍ଚନା। ବହିପଢ଼ା ଓ ହୁଳହୁଳିରେ ପରିବେଶ ଉତ୍ସବମୁଖର ହୋଇପଡେ଼। ଭକ୍ତି ଓ ଶ୍ରଦ୍ଧାରେ ମଙ୍ଗଳା ମାଆଙ୍କର ବହି ପଢ଼ା ପରେ ଚୁଡ଼ା ମୁଢି ଖୁଦ ଚାଉଳ ଓ ନାନା ପ୍ରକାର ଫଳମୂଳ ମାଙ୍କୁ ଅର୍ପଣ କରିଥାନ୍ତି। ପ୍ରତି ଓଡ଼ିଆ ବର୍ଷର ଭାଦ୍ରବ ମାସରେ ପଡେ ଖୁଦୁରୁକୁଣି ଓଷା। କୁଆଁରି ଝିଅମାନେ ନିଜ ଭାଇ ଓ ପରିବାରର ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି।
<h2><span style="color: #ff00ff;">କାହିଁକି ହୁଏ ଖୁଦୁରୁକୁଣୀ ପୂଜା</span></h2>
ରାଜା ରାଜୁଡ଼ା ସମୟର ତଥ୍ୟ ଅନୁଯାୟୀ, ତଅପୋଈ ନାଁ ରେ ଜଣେ ଝିଅ ଥିଲା। ସାତଭାଇରେ ଗୋଟିଏ ମାତ୍ର ଭଉଣୀ ହୋଇଥିବାରୁ ଖୁବ୍ ଅଲିଅଳରେ ବଢ଼ିଥିଲା ସେ। କିନ୍ତୁ ଭାଇମାନେ ବଣିଜ କରିବାକୁ ସାତ ସମୁଦ୍ର ପାର ହୋଇ ବିଦେଶକୁ ଚାଲିଯିବା ପରେ ଭାଉଜମାନେ ତଅପୋଈକୁ ନାନା ହଇରାଣ କଲେ। ଅଲିଅଳରେ ବଢ଼ିଥିବା ତଅପୋଈକୁ ଛେଳି ଚରେଇବାକୁ ବଣକୁ ପଠେଇଲେ। ଦିନରେ ଓଳିଏ ଖାଇବାକୁ ଦେଲେ।ବଡ ଭାଉଜ ତାକୁ ବଣରେ ଚରେଇବାକୁ ଦେଇଥାଏ।  ଥରେ ବଣରେ ତଅପୋଈର ତା ପ୍ରିୟ ଛେଳି ଘରମଣିକୁ ଚରାଉଥିବା ବେଳେ ସେ କୁଆଡେ଼ ହଜି ଯାଇଥିଲା। ଭାଉଜ ଗଂଜଣା ଦେଲେ, ଛେଳି ପାଇଲେ ଘରକୁ ଫେରିବୁ। ଫଳରେ ଛେଳିକୁ ଖୋଜି ଖୋଜି ତଅପୋଈ ରାତି ସାରା ବଣରେ ରହିଥିଲା। ଏହି ସମୟରେ ବଣିଜ ସାରି ଭାଇମାନେ ବିଦେଶରୁ ଫେରିଲେ ଓ ଘଟଣାକ୍ରମରେ ସେମାନେ ତଅପୋଈକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭେଟିଲେ। ତା ଠାରୁ ପୂରା ଘଟଣା ଜାଣିବା ପରେ ସେମାନେ ନିଜ ନିଜ ପତ୍ନୀଙ୍କୁ ଏଥିପାଇଁ ଦଣ୍ଡିତ କରିଥିଲେ। ବଣରେ ଛେଳି ହଜି ଯାଇଥିବା ଛେଳିକୁ ପାଇବାକୁ ତଅପୋଈ ମାଆ ମଙ୍ଗଳାଙ୍କୁ ପୂଜା କରିଥିଲା। ଯେହେତୁ ମାଆ ମଙ୍ଗଳାଙ୍କୁ ପୂଜି ଛେଳିକୁ ଓ ତା ଭାଇମାନଙ୍କୁ ଫେରି ପାଇଥିଲା, ସେହି ବିଶ୍ୱାସରେ କୁଆଁରୀ ଝିଅମାନେ ମାଆ ମଙ୍ଗଳାଙ୍କର ପୂଜା କରିଥାନ୍ତି।

author-image
Ordigital Desk

ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଆମ ଦେଶ। ଏଠାରେ ଦେଖିବାକୁ ମିଳିଥାଏ ଅନେକ ପର୍ବପର୍ବାଣୀ। ସେଥିମଧ୍ୟରୁ ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା ଗୋଟିଏ। ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଏହି ଓଷା ପାଳନ କରାଯାଏ। କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଏହି ଓଷା କରିଥାନ୍ତି।

Advertisment

&nbsp;