Advertisment

ସ୍ତ୍ରୀକୁ ସ୍ୱାମୀ ଟ୍ରେନରୁ ଠେଲି ଦେବା ଘଟଣା: ରାୟଗଡ଼ା ପୋଲିସକୁ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର: ରାୟଗଡାରେ ଗର୍ଭବତୀ ସ୍ତ୍ରୀକୁ ସ୍ୱାମୀ ଟ୍ରେନରୁ ଠେଲିଦେବା ଘଟଣାରେ ପୋଲିସକୁ ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ। ଏ ମାମଲାର ତଦନ୍ତରେ କ’ଣ ଅଗ୍ରଗତି ହୋଇଛି ତାହା ରାୟଗଡା ପୋଲିସଠାରୁ ଜାଣିବାକୁ ଚାହିଁଛନ୍ତି ମହିଳା କମିଶନ। ଅନ୍ୟପକ୍ଷରେ ଅଭିଯୁକ୍ତ  ସ୍ୱାମୀକୁ ଏ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ ପୋଲିସ। ରାୟଗଡା ପୋଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରିଥିଲେ ହେଁ ତାକୁ ଧରିବାରେ ସଫଳ ହୋଇନାହିଁ। ଗତ ମାସ ୨୬ ତାରିଖରେ ରାୟଗଡା ନିକଟବର୍ତ୍ତୀ […]

ସ୍ତ୍ରୀକୁ ସ୍ୱାମୀ ଟ୍ରେନରୁ ଠେଲି ଦେବା ଘଟଣା: ରାୟଗଡ଼ା ପୋଲିସକୁ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

trainraygada

Advertisment

ଭୁବନେଶ୍ୱର: ରାୟଗଡାରେ ଗର୍ଭବତୀ ସ୍ତ୍ରୀକୁ ସ୍ୱାମୀ ଟ୍ରେନରୁ ଠେଲିଦେବା ଘଟଣାରେ ପୋଲିସକୁ ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ। ଏ ମାମଲାର ତଦନ୍ତରେ କ’ଣ ଅଗ୍ରଗତି ହୋଇଛି ତାହା ରାୟଗଡା ପୋଲିସଠାରୁ ଜାଣିବାକୁ ଚାହିଁଛନ୍ତି ମହିଳା କମିଶନ। ଅନ୍ୟପକ୍ଷରେ ଅଭିଯୁକ୍ତ  ସ୍ୱାମୀକୁ ଏ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ ପୋଲିସ। ରାୟଗଡା ପୋଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରିଥିଲେ ହେଁ ତାକୁ ଧରିବାରେ ସଫଳ ହୋଇନାହିଁ। ଗତ ମାସ ୨୬ ତାରିଖରେ ରାୟଗଡା ନିକଟବର୍ତ୍ତୀ ରାଉଳି ଷ୍ଟେସନରେ  ଗର୍ଭବତୀ ସରୋଜିନୀ କେରକେଟାଙ୍କୁ ତାଙ୍କ ସ୍ୱାମୀ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟଗଡାରେ ଚିକିତ୍ସା କରାଯାଇଥିଲା। ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe