Advertisment

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ମିଳିଲା ଛାତ୍ରଙ୍କ ମୃତଦେହ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ଅପରାହ୍ନରେ ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା। ପରିବାର ଲୋକଙ୍କ କହିବା କଥା, ଗତକାଲି ପୁଅ ସ୍ୱାଭାବିକ ଭାବେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଆସନ୍ତାକାଲି ପରୀକ୍ଷା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରୁ ମିଳିଲା ଛାତ୍ରଙ୍କ ମୃତଦେହ

behe

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ କଳା ବିଭାଗ ଚତୁର୍ଥ ସେମିଷ୍ଟାରର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କୁନାଲ ମଲିକ। ଆଜି ଅପରାହ୍ନରେ ରାଧାକ୍ରିଷ୍ଣନ ହଷ୍ଟେଲ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାକରୁ ଫେଣ ବାହାରୁଥିବା ବେଳେ ପିଠି ସାରା ଲାଲ ଦାଗ ଚିହ୍ନ ରହିଥିଲା।

Advertisment

ପରିବାର ଲୋକଙ୍କ କହିବା କଥା, ଗତକାଲି ପୁଅ ସ୍ୱାଭାବିକ ଭାବେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଆସନ୍ତାକାଲି ପରୀକ୍ଷା ରହିଥିବା ହେତୁ, ସେ ପଢ଼ି ବିଳମ୍ବରେ ଶୋଇବେ ବୋଲି କହିଥିଲେ। ହେଲେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ନ ଉଠାଇବାରୁ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ। ଏହି ସମସ୍ତ ପୁଅର ମୃତ୍ୟୁ ଖବର ମିଳିଥିଲା।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଛାତ୍ର ଜଣକ ହଷ୍ଟେଲ କ୍ୟାଣ୍ଟିନକୁ ଖାଇବାକୁ ନ ଆସିବାରୁ ହଷ୍ଟେଲ ରୁମ୍ ମେଟ୍ ପହଞ୍ଚି ଦେଖନ୍ତି ସେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରେ ଏନେଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇଥିଲେ। ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲ ପଠାଇଛି।

Advertisment

ତେବେ, ମୃତକଙ୍କ ନାକରୁ ଧଳାରଙ୍ଗର ଫେଣ ବାହାରୁଥିବାରୁ ଘଟଣାକୁ ନେଇ ସସପେନ୍ସ ଜାରି ରହିଛି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବା ନିମେନ୍ତ ମୃତକଙ୍କ ରୁମ୍ ମେଟ୍‌ମାନଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି।

ଏନେଇ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଇଲାରାଣୀ ପଟ୍ଟନାୟକ କହିଛନ୍ତି, ଛାତ୍ରର ମୃତ୍ୟୁ ନେଇ ସମସ୍ତେ ଖୁବ୍ ଦୁଃଖିତ ଅଛନ୍ତି। ତେବେ କେଉଁ କାରଣ ପାଇଁ ଏତେବଡ଼ ଘଟଣା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ତଦନ୍ତ କରୁଥିବାରୁ ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

ମୃତକଙ୍କ ସମ୍ପର୍କିୟ ଭାଇ ଶିଶିର କୁମାର ନାୟକ କହିଛନ୍ତି, ହଷ୍ଟେଲରେ ଭାଇ ସହ ରହୁଥିବା ଅସଲ ରୁମ୍‌ ମେଟଙ୍କ ଦେଖା ମିଳୁ ନ ଥିବା ବେଳେ ହଷ୍ଟେଲ ପିଲାମାନେ ଘଟଣାକୁ ନେଇ ଭିନ୍ନଭିନ୍ନ କଥା କହୁଛନ୍ତି। ମୃତଦେହର ପଛପଟ ଲାଲ ପଡ଼ି ସିଝି ଯାଇଛି। ତେଣୁ ଗତରାତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ଦିଆଯିବା ଉଚିତ୍।