ଟ୍ରେନ୍ ଉପରେ ଚଢ଼ିଗଲେ ଛାତ୍ରୀ, ତାର ନେଇଗଲା ଜୀବନ

କଟକ(ଓଡ଼ିଶା ରିପୋର୍ଟର): ଟ୍ରେନ ଉପରେ ଥିବା ବିଦ୍ୟୁତ ତାରରେ ଲାଗି ଛାତ୍ରୀଙ୍କ ମୃତ୍ୟୁ। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଅଞ୍ଚଳର ବନିତା ସାହୁ। ପ୍ରତିଦିନ ଭଳି ସେ ସାଙ୍ଗମାନଙ୍କ ସହ ଗତ ୧ ତାରିଖ ଦିନ ସକାଳେ ପ୍ରାତଃ ଭ୍ରମଣରେ ନିଜ ଘରଠାରୁ ୩ କିଲୋମିଟର ଦୂରରେ ଥିବା ତାପଙ୍ଗ ଷ୍ଟେସନ ନିକଟକୁ ଯାଇଥିଲେ। କୌତୁହଳ ବଶତଃ ତାପଙ୍ଗ ଷ୍ଟେସନରେ ଛିଡା ହୋଇଥିବା ଏକ ତେଲ ମାଲ ଗାଡି ଉପରକୁ ଚଢି ଯାଇଥିଲେ। ତାଙ୍କ ସହ […]

lady

  • Published: Saturday, 03 December 2022
  • , Updated: 03 December 2022, 08:06 PM IST

କଟକ(ଓଡ଼ିଶା ରିପୋର୍ଟର): ଟ୍ରେନ ଉପରେ ଥିବା ବିଦ୍ୟୁତ ତାରରେ ଲାଗି ଛାତ୍ରୀଙ୍କ ମୃତ୍ୟୁ। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଅଞ୍ଚଳର ବନିତା ସାହୁ। ପ୍ରତିଦିନ ଭଳି ସେ ସାଙ୍ଗମାନଙ୍କ ସହ ଗତ ୧ ତାରିଖ ଦିନ ସକାଳେ ପ୍ରାତଃ ଭ୍ରମଣରେ ନିଜ ଘରଠାରୁ ୩ କିଲୋମିଟର ଦୂରରେ ଥିବା ତାପଙ୍ଗ ଷ୍ଟେସନ ନିକଟକୁ ଯାଇଥିଲେ। କୌତୁହଳ ବଶତଃ ତାପଙ୍ଗ ଷ୍ଟେସନରେ ଛିଡା ହୋଇଥିବା ଏକ ତେଲ ମାଲ ଗାଡି ଉପରକୁ ଚଢି ଯାଇଥିଲେ।

ତାଙ୍କ ସହ ଥିବା ଅନ୍ୟ ୩ ସାଙ୍ଗ ତଳେ ଛିଡା ହୋଇ ଏହାର ଦୃଶ୍ୟ ଦେଖୁଥିଲେ। ଏପରି ନ କରିବାକୁ ବନିତାଙ୍କୁ ବାରମ୍ବାର ମନା କରୁଥିଲେ। ଏହା ସତ୍ତ୍ୱେ ସେ ଟ୍ରେନ ଉପରକୁ ଚଢି ଯାଇଥିଲା। ସେହି ସମୟରେ ଟ୍ରେନ ଉପରେ ଥିବା ହାଇ ଭୋଲ୍ଟେଜ୍ ତାର ସଂସ୍ପର୍ଶରେ ସେ ଆସିଥିଲେ।

ଫଳରେ ତାଙ୍କ ଶରୀରର ୮୫ ପ୍ରତିଶତ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ଓ ପରେ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧିନ ଅବସ୍ଥା ତାଙ୍କର ମୃତ ଘଟିଛି। ତେବେ ସେ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ। ସେ ତାପଙ୍ଗ ନିକଟସ୍ଥ ଏକ କଲେଜରେ ପାଠ ପଢ଼ନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Related story