Advertisment

ଆବେଦନକୁ ସାଢ଼େ ୩ ମାସ ପୂରିଲା, ବାହା ହେଲେନି ବିଜେଡି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ବିଧିବଦ୍ଧ ଆବେଦନ କରିବାର ସାଢ଼େ ୩ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ବିବାହ କଲେନି । ଜଗତସିଂହପୁର ସହରର ସୋମାଲିକା ଦାଶଙ୍କ ସହ ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବାଦବିବାଦ ପରେ ତାଙ୍କୁ କୋର୍ଟ ମ୍ୟାରେଜ୍ କରିବା ନିମନ୍ତେ ବିଧାୟକ ଶ୍ରୀ ଦାସ ମେ’ ୧୬ତାରିଖରେ ଲିଖିତ ଭାବେ ଆବେଦନ ସତ୍ତ୍ୱେ କାହିଁକି ବିବାହକୁ ଗଡ଼ାଇ ଚାଲିଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା […]

ଅଦ୍ୟତନ ହୋଇଛି
ଆବେଦନକୁ ସାଢ଼େ ୩ ମାସ ପୂରିଲା, ବାହା ହେଲେନି ବିଜେଡି ବିଧାୟକ

marriage

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ବିଧିବଦ୍ଧ ଆବେଦନ କରିବାର ସାଢ଼େ ୩ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ବିବାହ କଲେନି । ଜଗତସିଂହପୁର ସହରର ସୋମାଲିକା ଦାଶଙ୍କ ସହ ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବାଦବିବାଦ ପରେ ତାଙ୍କୁ କୋର୍ଟ ମ୍ୟାରେଜ୍ କରିବା ନିମନ୍ତେ ବିଧାୟକ ଶ୍ରୀ ଦାସ ମେ’ ୧୬ତାରିଖରେ ଲିଖିତ ଭାବେ ଆବେଦନ ସତ୍ତ୍ୱେ କାହିଁକି ବିବାହକୁ ଗଡ଼ାଇ ଚାଲିଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଥିବାବେଳେ ନୀତି-ନୈତିକତାର ପାଠ ପଢ଼ାଉଥିବା ଶାସକ ବିଜେଡି କିପରି ନିଜର ବିଧାୟକଙ୍କ ଏଭଳି ଆଚରଣ ଉପରେ ଅଙ୍କୁଶ ଲଗାଉନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ଦାସ ନିଜର ଦୀର୍ଘଦିନର ବାନ୍ଧବୀ ସୋମାଲିକାଙ୍କୁ ସ୍ୱତନ୍ତ୍ର ବିବାହ ଆଇନ-୧୯୫୪ର ପ୍ରାବଧାନ ଆଧାରରେ କୋର୍ଟ ମ୍ୟାରେଜ୍ କରିବା ନିମନ୍ତେ ଜଗତସିଂହପୁର ମ୍ୟାରେଜ୍ ଅଫିସରଙ୍କ ନିକଟରେ ବିଧିବଦ୍ଧ ଆବେଦନ କରିଥିଲେ । ୨୦୨୨ ମେ’ ୧୭ତାରିଖରେ ମ୍ୟାରେଜ ଅଫିସର ନୋଟିସ ସଂଖ୍ୟା-୧୪/୨୦୨୨ ଜାରି କରି ଏହି ବିବାହକୁ ନେଇ ମାସକ ମଧ୍ୟରେ ଆପତ୍ତି-ଅଭିଯୋଗ ଆହ୍ୱାନ କରିଥିଲେ । ମାତ୍ର ଧାର୍ଯ୍ୟ ୩୦ଦିନ ମଧ୍ୟରେ ବିବାହ ଆବେଦନକୁ ନେଇ ଆପତ୍ତି ନହେବା ପରେ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ୩ମାସ ମଧ୍ୟରେ ବିବାହ କରିବାର ଆଇନତଃ ପ୍ରାବଧାନ ରହିଥିଲା । କିନ୍ତୁ ବିଧାୟକ ଶ୍ରୀ ଦାସ ଏହି ଧାର୍ଯ୍ୟ ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ନିଜର ବାନ୍ଧବୀଙ୍କୁ ବିବାହ କରିନାହାନ୍ତି । ବିବାହ ପାଇଁ ଆବେଦନ ସତ୍ତ୍ୱେ ବିଜେଡି ବିଧାୟକ ଶ୍ରୀ ଦାସ କାହିଁକି ବିବାହ କଲେନି ସେ ନେଇ କୌଣସି ସୂଚନା ମିଳିପାରିନି ।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଦାସଙ୍କୁ ବିବାହ କରୁନଥିବାରୁ ତାଙ୍କ ବିରୁଦ୍ଧରେ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ଶାସକ ଦଳ ପ୍ରଭାବରେ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନି ।

Advertisment

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ବିଧାୟକମାନଙ୍କୁ ନିଜର ଆଚରଣ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେବା ସହ ଦଳ ମହିଳାମାନଙ୍କୁ ଅଗ୍ରାଧିକାର ଦିଏ ବୋଲି ସନ୍ଦେଶ ଦେଉଥିଲେ ମଧ୍ୟ ଶାସକ ବିଜେଡିର ଜଣେ ବିଧାୟକ ବିବାହର ଲିଖିତ ପ୍ରତିଶ୍ରୁତି ଦେଇ କିଭଳି ସେଥିରୁ ଓହରି ଗଲେ ତଥା ଶାସକ ଦଳ ଜଣେ ମହିଳାଙ୍କ ସହ ହୋଇଥିବା ପ୍ରତାରଣା ପ୍ରତି କାହିଁକି ଆଖିବୁଜି ଦେଇଛି ତାହା ଏବେ ସନ୍ଦେହଘେରରେ । ଯୁବ ବିଧାୟକ ଶ୍ରୀ ଦାସଙ୍କ ନାଁରେ ତାଙ୍କ ପ୍ରେମିକା ସୋମାଲିକା ଲିଖିତ ଭାବେ ଅନେକ ସଙ୍ଗୀନ ଅଭିଯୋଗ ଆଣିବା ପରେ ବି ସମ୍ପୃକ୍ତ ଝିଅକୁ କାହିଁକି ନ୍ୟାୟ ମିଳୁନି ଓ ବିଧାୟକଙ୍କୁ କିଏ ସୁରକ୍ଷା ଦେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା । ଏହାସହିତ ବିଜେଡିର ମୂଲ୍ୟବୋଧଭିତ୍ତିକ ରାଜନୀତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe