/odisha-reporter/media/post_attachments/uploads/2016/06/sura.jpg)
sura
ଭୁବନେଶ୍ୱର: ଖୋଲିବ ସୁରବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ବେଆଇନ୍ ଅର୍ଥ କାରବାରର ଗୁମର। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ତ୍ରାହି ଅଚ୍ୟୁତ ଆଶ୍ରମର ଆକାଉଣ୍ଟାଣ୍ଟ ମନୋଜ ଆଚାର୍ଯ୍ୟ। ଇଡି ତାଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲା। ଜେରାପରେ ମନୋଜ କିଛି କହିବାକୁ ମନା କରି ଦେଇଥିଲେ। ଏହା ବ୍ୟକ୍ତିଗତ ସାକ୍ଷାତ ବୋଲି କହି ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଥିଲେ। ତେବେ ବିଶ୍ୱ ଆଶ୍ରମର ଗୁମର ଖୋଲିବା ନେଇ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ମନୋଜ। କେଉଁଠାରୁ ଆଶ୍ରମକୁ ଅର୍ଥ ଆସୁଥିଲା ସେନେଇ ଖୋଳତାଡ ଆରମ୍ଭ ହୋଇଛି। କିପରି ସରକାରୀ ଓ ବେସରକାରୀ ଭାବେ ଆଶ୍ରମ କେତେ ଟଙ୍କା ହାତେଇଛି। ରାଜ୍ୟ ତଥା ରାଜ୍ୟ ବାହାରେ କେଉଁ କେଉଁ ସ୍ଥାନରେ ଅର୍ଥ ଅଛି। ନିଜ ଓ ନିଜ ସମ୍ପର୍କୀୟଙ୍କ ନାଁରେ କେଉଁଠି ସବୁ ସମ୍ପତ୍ତି ରଖାଯାଇଛି। ବେନାମୀ ସମ୍ପତ୍ତି, କେଉଁଠି ରହିଛି ଏ ସମସ୍ତ ଦିଗକୁ ନେଇ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଳତାଡ କରୁଛି। ମନି ଟ୍ରେଲର ତଦନ୍ତ ହୋଇଥିବାରୁ ଆଗକୁ ସୁର ବାବାଙକ ନିକଟ ବ୍ୟକ୍ତି ବିଶେଷ କିମ୍ବା ଆଶ୍ରମ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜେରା କରାଯିବ। ପ୍ରବଳ ବାଦ ବିବାଦ ପରେ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଏବଂ ତାଙ୍କ ୨ ପୁଅ କମିଶନରେଟ୍ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
