Advertisment

ଡ୍ରାଇଭରଙ୍କ ଆଖି ଲାଖିଗଲା, ବ୍ରିଜ ତଳକୁ ଖସି ପଡ଼ିଲା ଟ୍ରକ୍‌

କଟକ(ଓଡ଼ିଶା ରିପୋର୍ଟର): କାଠଯୋଡି ପୋଲ ତଳକୁ ଖସି ପଡ଼ିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଟ୍ରକ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଲେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାଯାଇଛି। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ କାଠଯୋଡ଼ି ପୋଲ ଉପରେ ଘଟିଛି। ସୂଚନାଯୋଗ୍ୟ, ଏକ ମାଛ ବୋଝେଇ ଟ୍ରକ୍‌ ଗତକାଲି ଟାଟା ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି କାଠଯୋଡ଼ି ବ୍ରିଜ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି […]

ଅଦ୍ୟତନ ହୋଇଛି
ଡ୍ରାଇଭରଙ୍କ ଆଖି ଲାଖିଗଲା, ବ୍ରିଜ ତଳକୁ ଖସି ପଡ଼ିଲା ଟ୍ରକ୍‌

truck

Advertisment

କଟକ(ଓଡ଼ିଶା ରିପୋର୍ଟର): କାଠଯୋଡି ପୋଲ ତଳକୁ ଖସି ପଡ଼ିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଟ୍ରକ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଲେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାଯାଇଛି। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ କାଠଯୋଡ଼ି ପୋଲ ଉପରେ ଘଟିଛି।

Advertisment

ସୂଚନାଯୋଗ୍ୟ, ଏକ ମାଛ ବୋଝେଇ ଟ୍ରକ୍‌ ଗତକାଲି ଟାଟା ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି କାଠଯୋଡ଼ି ବ୍ରିଜ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଥିଲା। ଟ୍ରକ୍‌ଟି ବ୍ରିଜ ତଳେ ଜଙ୍ଗଲିଆ ସ୍ଥାନରେ ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ପହଞ୍ଚିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭର, ହେଲପର ସୁରକ୍ଷିତ ଥିବା ଜଣାଯାଇଛି।

ଡ୍ରାଇଭର କହିଛନ୍ତି, ହଠାତ୍‌ ନିଦ ଆସିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲି। ତେଣୁ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା।

Advertisment

ଦୁର୍ଘଟଣାଗ୍ରସ୍ତ ମାଛ ବୋଝେଇ ଟ୍ରକ୍‌କୁ ସେଠାରୁ ଉଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe