Advertisment

ପୁରୀ ଉପନଗରପାଳଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ପୁରୀ: ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ତଥା ବର୍ତ୍ତମାନର ଉପ ନଗରପାଳ ଶାନ୍ତିଲତା ପ୍ରଧାନଙ୍କ ନାମରେ ସୋମବାର ଭତ୍ତା ଟଙ୍କ। ହଡ଼ପ ଅଭିଯୋଗ ହୋଇଛି। ସେ ୧,୦୮,୨୦୦ଟଙ୍କ।ର ଅନିୟମିତତା କରି ହଡ଼ପ କରିଛନ୍ତି ବୋଲି ପୁରୀ ପୌରସଂସ୍ଥାର ୧୩ ନମ୍ୱର ୱାର୍ଡର କାଉନସିଲର ସରସ୍ୱତୀ ପାତ୍ର ଆଜି ପୁରୀ ଟାଉନଥାନାରେ ଏକ ଅଭିଯୋଗ କରିଛନ୍ତି। ସରସ୍ୱତୀ ପାତ୍ରଙ୍କ ନେତୃତ୍ୱରେ ବହୁ ମହିଳା ଟାଉନଥାନାକୁ ଯାଇ ଶାନ୍ତିଲତା ପ୍ରଧାନଙ୍କ ନାମରେ ଏକ ଏତଲା ଦାୟର କରିଛନ୍ତି। ଶାନ୍ତିଲତା ୨୦୦୮ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପୁରୀ ଉପନଗରପାଳଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

puri

puriପୁରୀ: ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ତଥା ବର୍ତ୍ତମାନର ଉପ ନଗରପାଳ ଶାନ୍ତିଲତା ପ୍ରଧାନଙ୍କ ନାମରେ ସୋମବାର ଭତ୍ତା ଟଙ୍କ। ହଡ଼ପ ଅଭିଯୋଗ ହୋଇଛି। ସେ ୧,୦୮,୨୦୦ଟଙ୍କ।ର ଅନିୟମିତତା କରି ହଡ଼ପ କରିଛନ୍ତି ବୋଲି ପୁରୀ ପୌରସଂସ୍ଥାର ୧୩ ନମ୍ୱର ୱାର୍ଡର କାଉନସିଲର ସରସ୍ୱତୀ ପାତ୍ର ଆଜି ପୁରୀ ଟାଉନଥାନାରେ ଏକ ଅଭିଯୋଗ କରିଛନ୍ତି।

Advertisment

ସରସ୍ୱତୀ ପାତ୍ରଙ୍କ ନେତୃତ୍ୱରେ ବହୁ ମହିଳା ଟାଉନଥାନାକୁ ଯାଇ ଶାନ୍ତିଲତା ପ୍ରଧାନଙ୍କ ନାମରେ ଏକ ଏତଲା ଦାୟର କରିଛନ୍ତି। ଶାନ୍ତିଲତା ୨୦୦୮ ରୁ ୨୦୧୩ ମଧ୍ୟରେ ୧୧,୭୩,୨୦୦ ଟଙ୍କ। ଭତ୍ତା ବଣ୍ଟନ ପାଇଁ ନେଇଥିବା ବେଳେ ସେଥିରୁ ୭,୨୭,୮୦୦ ଟଙ୍କ। ବଣ୍ଟନ କରିଥିଲେ। ଅବଶିଷ୍ଟ ୪,୪୫,୪୦୦ଟଙ୍କ। ମଧ୍ୟରୁ ୩,୩୭,୦୦୦ ଟଙ୍କା ଫେରସ୍ତ କରିଥିଲେ ମଧ୍ୟ ୧, ୮,୨୦୦ଟଙ୍କ। ଫେରସ୍ତ ଦେଇନାହାଁନ୍ତି। ଯାହାକି ଏକ ଅଡିଟ ରିପୋର୍ଟରେ ସ୍ପଷ୍ଟ ହୋଇଛି।

୧୩ ନମ୍ୱର ୱାର୍ଡର କାଉନସିଲର ସରସ୍ୱତୀ ପାତ୍ର କହିଛନ୍ତି,“ଭତ୍ତା ଟଙ୍କା ହଡ଼ପ କରିଥିବାରୁ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଉ। ଯଦି ଏନେଇ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।”

Advertisment

ଅଭିଯୋଗକୁ ଖଣ୍ଡନ କରି ଶାନ୍ତିଲତା ପ୍ରଧାନ କହିଛନ୍ତି,“ଭତ୍ତା ଟଙ୍କା ହଡ଼ପ ନେଇ ଯେଉଁ ଅଭିଯୋଗ ମୋ ବିରୋଧରେ ଆସୁଛି ତାହା ଭିତ୍ତିହୀନ। ଏହାସହ ୧,୦୮,୦୦୦ ଟଙ୍କ। ସମ୍ପର୍କରେ ଯେଉଁ ଅଡିଟ ରିପୋର୍ଟ ଦର୍ଶାଯାଉଛି ତାହାର ସତ୍ୟତା ନାହିଁ। ଏନେଇ ପୁରୀ ପୌରନିର୍ବାହୀ ଅଧିକାରୀଙ୍କ ସମେତ ଅଡିଟ କରିଥିବା ସଂସ୍ଥାକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ପୁଣି ଥରେ ଏହି ଟଙ୍କ। ହିସାବ କରାଯାଉ। ମତେ ଯାହା ଟଙ୍କ। ଦେବାକୁ ପଡିବ ସେ ସମ୍ପର୍କରେ ଅବଗତ କରାଗଲେ ସେହି ଟଙ୍କ। ଫେରସ୍ତ କରାଯିବ।”

ପୁରୀ ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ କହିଛନ୍ତି,“ଭତ୍ତା ଟଙ୍କା ହଡ଼ପ ନେଇ ଯେଉଁ ଏତଲା ଦିଆଯାଇଛି ତାହାକୁ ଆମେ ଗ୍ରହଣ କରିଛୁ। କିନ୍ତୁ ମାମଲା ରୁଜୁ କରିନାହୁଁ। ଆମେ ଘଟଣାର ବିଭିନ୍ନ ଦିଗକୁ ପୁଙ୍ଖ।ନୁପୁଙ୍ଖ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛୁ।”