Advertisment

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କିରାଣୀ ଓ ଜିଆରଏସ୍

ଜୟପୁର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କିରାଣୀ ଓ ଜଣେ ଜିଆରଏସ୍। ସୂଚନା ମୁତାବକ, ୫ ହଜାର ଲାଞ୍ଚ ନେବାବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣୀ ସତ୍ୟ ନାରାୟଣ ଦଳେଇ ଧରାପଡ଼ିଛନ୍ତି। ଚାଷ ଜମି ପଟ୍ଟାକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରାଇ ଦେବାକୁ ରେକର୍ଡ ରୁମ୍ ଦାୟିତ୍ୱରେ ଥିବା ଶ୍ରୀ ଦଳେଇ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଅଭିଯୁକ୍ତ କିରାଣୀ ଜଣେ ବ୍ୟକ୍ତିଙ୍କୁ […]

ଅଦ୍ୟତନ ହୋଇଛି
ଲାଞ୍ଚ ନେବା ବେଳେ ଧରାପଡ଼ିଲେ କିରାଣୀ ଓ ଜିଆରଏସ୍

GRS

Advertisment

ଜୟପୁର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କିରାଣୀ ଓ ଜଣେ ଜିଆରଏସ୍। ସୂଚନା ମୁତାବକ, ୫ ହଜାର ଲାଞ୍ଚ ନେବାବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣୀ ସତ୍ୟ ନାରାୟଣ ଦଳେଇ ଧରାପଡ଼ିଛନ୍ତି। ଚାଷ ଜମି ପଟ୍ଟାକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରାଇ ଦେବାକୁ ରେକର୍ଡ ରୁମ୍ ଦାୟିତ୍ୱରେ ଥିବା ଶ୍ରୀ ଦଳେଇ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି।

Advertisment

ଅଭିଯୁକ୍ତ କିରାଣୀ ଜଣେ ବ୍ୟକ୍ତିଙ୍କୁ ରେକର୍ଡ ପରିବର୍ତ୍ତନ କରି ଜମି ପଟ୍ଟା ଦେବା ନିମନ୍ତେ ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଲାଞ୍ଚୁଆ କିରାଣୀଙ୍କ ଅସଲ ଚେହେରା ପଦାକୁ ଆସିଛି।

ସେହିପରି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ଜିଆରଏସ୍ ସି.ଏଚ୍ ଚନ୍ଦ୍ରେୟା ୨୭ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। NREGAରେ ୨.୩୨ ଲକ୍ଷର ବିଲ୍ କରାଇଦେବାକୁ ସେ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଦୁଇଟି ମାମଲା କରାଯାଇ ଏହି ଦୁଇ ସରକାରୀଙ୍କ ସମ୍ପତ୍ତି ସମ୍ପର୍କରେ ଅଧିକ ଖୋଳତାଡ଼ ଚଳାଇଛି ଭିଜିଲାନ୍ସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe