ଭିଜିଲାନ୍ସ ଜାଲରେ ଡିଏସ୍‌ପି ଇନ୍‌ଚାର୍ଜ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଢେଙ୍କାନାଳ/କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ସଦର ଥାନା ଡିଏସ୍‌ପି ଇନ୍‌ଚାର୍ଜ ଅଭିନବ ଡାଳୁଆ। ଜଣେ କୋଇଲା ଟ୍ରକ୍ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଥାନା ଭିତରେ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀମାନେ ଡିଏସ୍‌ପି ଇନ୍‌ଚାର୍ଜ ଶ୍ରୀ ଡାଳୁଆଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଥିବା ବେଳେ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୮ଟି ଠିକଣାରେ […]

dsp

  • Published: Tuesday, 30 August 2022
  • , Updated: 30 August 2022, 05:05 PM IST

ଢେଙ୍କାନାଳ/କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ସଦର ଥାନା ଡିଏସ୍‌ପି ଇନ୍‌ଚାର୍ଜ ଅଭିନବ ଡାଳୁଆ। ଜଣେ କୋଇଲା ଟ୍ରକ୍ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଥାନା ଭିତରେ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

ଭିଜିଲାନ୍ସ ଅଧିକାରୀମାନେ ଡିଏସ୍‌ପି ଇନ୍‌ଚାର୍ଜ ଶ୍ରୀ ଡାଳୁଆଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଥିବା ବେଳେ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି।

ଅଭିଯୋଗକାରୀ (ଟ୍ରକ୍‌ରେ କୋଇଲା ପରିବହନ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି)ଙ୍କୁ ଶ୍ରୀ ଡାଳୁଆ ପୂର୍ବରୁ ଧମକ ଦେଇଥିଲେ। ଟଙ୍କା ନଦେଲେ ତାଙ୍କୁ କୋଇଲା ପରିବହନ ବେପାର କରିବାକୁ ଦେବେ ନାହିଁ ବୋଲି କହିଥିଲେ। ସେଥିପାଇଁ ଅଭିଯୋଗକାରୀ ଶ୍ରୀ ଡାଳୁଆଙ୍କୁ ଅଗଷ୍ଟ ୨୪ ତାରିଖରେ ୧୫ ହଜାର ଟଙ୍କା ଦେଇଥିଲେ। ତେବେ ଶ୍ରୀ ଡାଳୁଆ ତାଙ୍କୁ ଆହୁରି ଟଙ୍କା ମାଗିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଉ ଆଜି ପୂର୍ବ ଯୋଜନା ପ୍ରକାରେ ଡିଏସ୍‌ପି ଇନ୍‌ଚାର୍ଜ ତାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରି ପକାଇଥିଲେ।

ଅନ୍ୟପକ୍ଷରେ ଲାଞ୍ଚ ନେଉଥିବା ବେଳେ ଆଜି ଜଣେ ବିଇଓ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ଅଭୟ କୁମାର ବେହେରା। ସେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକର ବିଇଓ ଭାବେ କାର୍ଯ୍ୟରତ ଅଛନ୍ତି।

ବିଇଓ ଶ୍ରୀ ବେହେରା ୨୦୧୫ ବ୍ୟାଚ୍‌ର ୩୩ ଜଣ ଶିକ୍ଷକଙ୍କ ଏରିଅର୍_ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଡିମାଣ୍ଡ କରିଥିବା ବେଳେ ୬୦ ହଜାର୍ ଟଙ୍କାରେ ଡିଲ୍ ହୋଇଥିଲା। ଏହିକ୍ରମରେ ଆଜି ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ସେ ଗ୍ରହଣ କରୁଥିବା ବେଳେ ଭିଜିଲନ୍ସ ଟିମ୍ ତାଙ୍କୁ ଧରିଥିଲା।

ଲାଞ୍ଚ ନେଇ ଧରାପଡ଼ିବା ପରେ ବିଇଓ ଅଭୟ କୁମାର ବେହେରାଙ୍କ ଘଟଗାଁ ସ୍ଥିତ କାର୍ଯ୍ୟାଳୟ ସହିତ ଯାଜପୁର ଟାଉନ୍ ସ୍ଥିତ ବାସଭବନ ଓ ବିଞ୍ଝାରପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।

Related story