/odisha-reporter/media/post_attachments/uploads/2016/05/BOARD.jpg)
BOARD
ଭୁବନେଶ୍ୱର: ଆଗାମୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଡମିଟ କାର୍ଡ www.bseodisha.ac.in ୱେବସାଇଟରେ ଆଜିଠାରୁ ଉପଲବ୍ଧ ହେଉଛି। ଏହି ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ନିଜର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ। ଡାଉନଲୋଡ୍ ଆଡମିଟ କାର୍ଡକୁ ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ ପ୍ରବେଶ ବେଳେ ବ୍ୟବହାର କରି ପାରିବେ। ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ ମଧ୍ୟ ପରୀକ୍ଷାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।
Advertisment
ଜୁନ୍ ୨ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁନ ୮ ତାରିଖରେ ଶେଷ ହେବ। ପ୍ରଥମ ଦିନରେ ଅର୍ଥାତ ୨ ତାରିଖରେ ସାହିତ୍ୟ, ୩ରେ ଇଂରାଜୀ, ୪ରେ ତୃତୀୟ ଭାଷା, ୬ରେ ଗଣିତ, ୭ରେ ବିଜ୍ଞାନ ଏବଂ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୯ ଟା ସମୟରୁ ଆରମ୍ଭ ହୋଇ ଦିନ ସାଢ଼େ ଏଗାରଟା ଯାଏଁ ଚାଲିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
