ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ

ଅରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ।

ନନ୍ଦନକାନନ ପ୍ରଣୀ ଉଦ୍ୟାନ

  • Published: Friday, 14 July 2023
  • , Updated: 14 July 2023, 08:35 AM IST

ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍। ଅରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ପ୍ରତି ବଦଳରେ ନନ୍ଦନକାନନରୁ ବାଘ ରକି ଓ ବାଘୁଣୀ ସୋହିନୀ ଓ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ।

ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆଜି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛି।

ସୂଚନାଯୋଗ୍ୟ, ସୋହିନୀ  ୨୦୨୧ ଏପ୍ରିଏ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା।

Related story