Advertisment

୫୧ ଦିନରେ କଇଁଛ ଗଲା ୧୦୦୦ କିମି!

ଓଡ଼ିଶାର ମାର୍କାମରା ଏକ ଅଲିଭ୍‌ ରିଡ୍‌ଲେ କଇଁଛ ୫୧ ଦିନରେ ୧୦୦୦ କିଲୋମିଟର ପହଁରିଯାଇଛି। ଏଭଳି କିଛି ସୂଚନା ଦେଇଛି ରାଜ୍ୟ ଜଙ୍ଗଲ ବିଭାଗ। ବିଭାଗର ସୂଚନା ଅନୁସାରେ ଟ୍ୟାଗ୍‌ ହୋଇଥିବା ଏହି କଇଁଛର ଗତିବିଧି ଉପରେ ଉପଗ୍ରହ ଜରିଆରେ ନଜର ରହିଥିଲା। ସେଥିରୁ ଏହା ଜଣାପଡ଼ିଛି।

Olive Ridley Turtle

Olive Ridley Turtle

Advertisment

ଓଡ଼ିଶାର ମାର୍କାମରା ଏକ ଅଲିଭ୍‌ ରିଡ୍‌ଲେ କଇଁଛ ୫୧ ଦିନରେ ୧୦୦୦ କିଲୋମିଟର ପହଁରିଯାଇଛି। ଏଭଳି କିଛି ସୂଚନା ଦେଇଛି ରାଜ୍ୟ ଜଙ୍ଗଲ ବିଭାଗ। ବିଭାଗର ସୂଚନା ଅନୁସାରେ ଟ୍ୟାଗ୍‌ ହୋଇଥିବା ଏହି କଇଁଛର ଗତିବିଧି ଉପରେ ଉପଗ୍ରହ ଜରିଆରେ ନଜର ରହିଥିଲା। ସେଥିରୁ ଏହା ଜଣାପଡ଼ିଛି।

Advertisment

ଓଡ଼ିଶାର ପ୍ରଧାନ ମୁଖ୍ୟ ବନପାଳ ବା ପିସିସିଏଫ ପ୍ରେମ ଶଙ୍କର ଝା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଦୀର୍ଘକାଳୀନ ଯାତ୍ରା ସଂପର୍କରେ ସୂଚନା ସଂଗ୍ରହ କରିବା ପାଇଁ ବହୁ ବର୍ଷ ହେଲା ଟ୍ୟାଗ୍‌ ବ୍ୟବସ୍ଥା କରାଯାଉଛି। ଏହି କ୍ରମେ କଥିତ କଇଁଛ ଦେହରେ ମଧ୍ୟ ଉପଗ୍ରହ ସଂଯୁକ୍ତ ଏକ ଯନ୍ତ୍ର ଖଞ୍ଜା ଯାଇଥିଲା। ଏହି ଯନ୍ତ୍ର ଜରିଆରେ ଏହା ଉପରେ ନଜର ରହିଥିଲା। ଏହା ଓଡ଼ିଶା ଉପକୂଳରୁ ସମୁଦ୍ରରେ ବହୁ ପଥ ଅତିକ୍ରମ କରି ପୁଣି ଫେରି ଏବେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଠାବ ହୋଇଛି।

ଏହି ଦୀର୍ଘ ଯାତ୍ରାପଥରେ କଇଁଛଟି ଶ୍ରୀଲଙ୍କା, ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଦେଇ ଶେଷ ଥର ପାଇଁ ଆନ୍ଧ୍ର ଉପକୂଳରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏହିପରି ଅନ୍ୟ ଏକ ଅଲିଭ୍‌ ରିଡ୍‌ଲେ କଇଁଛର ଗତିବିଧି ସଂପର୍କରେ ଅନୁଧ୍ୟାନ ହୋଇଥିଲା। ସେଥର ଓଡ଼ିଶାରେ ଟ୍ୟାଗ୍‌ ହୋଇଥିବା କଇଁଛଟି ପ୍ରାୟ ୩୫୦୦ କିଲୋମିଟର ଗତିକରି ପଶ୍ଚିମ ଭାରତର ମହାରାଷ୍ଟ୍ରର ରତ୍ନଗିରି ଉପକୂଳରେ ଯାଇଁ ବସା ବାନ୍ଧିଥିବା ଜଣାପଡ଼ିଥିଲା।

Advertisment

ସୂଚନାଯୋଗ୍ୟ ଯେ ଅଲିଭ୍ ରିଡ୍‌ଲେ କଇଁଛମାନେ ବହୁ ଦୂରରୁ ସମୁଦ୍ର ପଥରେ ପହଁରି ଆସି ପ୍ରତି ବର୍ଷ ଓଡ଼ିଶାର ଭିତରକନିକା ଓ ଋଷିକୂଲ୍ୟା ଉପକୂଳରେ ସହବାସ କରନ୍ତି ଓ ଅଣ୍ଡା ଦେଇଥାନ୍ତି। ସେହି ଅଣ୍ଡାଗୁଡ଼ିକୁ ସେମାନେ ସମୁଦ୍ର ବାଲିରେ ଲୁଚେଇ ଫେରିଯାନ୍ତି। ସେହି ଅଣ୍ଡାରୁ ଛୁଆ ଫୁଟିଲେ ସେହି ଛୁଆମାନେ ପୁଣି ସମୁଦ୍ରକୁ ଫେରି ଯାଆନ୍ତି ଓ ସେମାନଙ୍କର ବାପାମା’ ଯୁଆଡ଼ୁ ଆସିଥିଲେ ସେ ଆଡ଼େ ଚାଲିଯାଆନ୍ତି।

ପ୍ରକୃତିର ଏଇ ବିସ୍ମୟ ଜନକ ସାମୁଦ୍ରିକ ପ୍ରାଣୀର ଗତିବିଧି ଉପରେ ଆଗ୍ରହୀ ଦେଶଗୁଡ଼ିକ ଗବେଷଣା ଆରମ୍ଭ କରିଛନ୍ତି।

Odisha Maharashtra Andhra Olive Ridleys Olive Ridley Turtle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe