Advertisment

ଲମ୍ୱା ଦାଢ଼ି ରଖି ଗିନିଜ୍ ରେକର୍ଡ କଲେ ମହିଳା

ସମଗ୍ର ବିଶ୍ୱରେ ଜଣେ ମହିଳା ସବୁଠାରୁ ଲମ୍ୱା ଦାଢି ରଖି ଗିନିଜ୍ ରେକର୍ଡ କରିଛନ୍ତି। ସମସ୍ତ ସାମାଜିକ ନିୟମ ଓ ଶାରୀରିକ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ସେ ଏହି ବିରଳ ରେକର୍ଡ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Erin Honeycutt

Erin Honeycutt

ସମଗ୍ର ବିଶ୍ୱରେ ଜଣେ ମହିଳା ସବୁଠାରୁ ଲମ୍ୱା ଦାଢ଼ି ରଖି ଗିନିଜ୍ ରେକର୍ଡ କରିଛନ୍ତି। ସମସ୍ତ ସାମାଜିକ ନିୟମ ଓ ଶାରୀରିକ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ସେ ଏହି ବିରଳ ରେକର୍ଡ କରିଛନ୍ତି। ମିଚିଗାନର ୩୮ ବର୍ଷିୟା ଏରିନ୍ ହନିକଟ୍ ୧୧.୮ ଇଞ୍ଚର ଦାଢି ପାଇଁ ଗିନିଜରେ ସ୍ଥାନ ପାଇଛନ୍ତି। ଜଣେ ମହିଳା ଭାବେ ଏତେ ଲମ୍ବା ଦାଢି ରଖିବା ଏକ ବିରଳ ଘଟଣା, କିନ୍ତୁ ସେ ଏପରି କରିବାରେ ସଫଳ ହୋଇଛନ୍ତି।

Advertisment

ଏରିନଙ୍କୁ ଏହି ଯାତ୍ରାରେ ସଫଳ କରାଇବାରେ ତାଙ୍କ ରୋଗ ହିଁ ସାଥ୍ ଦେଇଛି। କାରଣ ସେ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମରେ ପୀଡ଼ିତ ଅଛନ୍ତି। ଏହି ରୋଗ ହେଉଛି ଏକ ହରମୋନ୍ ଅସନ୍ତୁଳନର କାରଣ। ଏହି ରୋଗ ହେଲେ ଶରୀରରେ ଅଧିକ କେଶ ବୃଦ୍ଧି ହୋଇଥାଏ। ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ କାରଣରୁ ତାଙ୍କ ଦାଢି ବଢିବାକୁ ଲାଗିଥିଲା, ଆଉ ସେ ଗିନିଜ୍ ରେକର୍ଡ କରିବାରେ ସକ୍ଷମ ହୋଇଥିଲେ। 

ଦାଢି ବଢୁଥିବାରୁ ପ୍ରାରମ୍ଭରେ ହନିକଟଙ୍କୁ ଆଦୌ ଭଲ ଲାଗୁନଥିଲା। ଏଥିପାଇଁ ସେ ବଢୁଥିବା ଦାଢ଼ିକୁ ଅପସାରଣ କରିବା ପାଇଁ ଦିନକୁ ତିନିଥର ସେଭିଂ କରୁଥିଲେ। କିନ୍ତୁ ପରେ ଉଚ୍ଚ ରକ୍ତଚାପ ହେବା କାରଣରୁ ସାମାନ୍ୟ ଦୃଷ୍ଟି ଶକ୍ତି ହ୍ରାସ ପାଇବା ପରେ ସେ ଏସବୁ କରିନଥିଲେ। ଧୀରେ ଧୀରେ ତାଙ୍କ ପତ୍ନୀ ଲମ୍ୱା ଦାଢି ରଖିବାକୁ ଉତ୍ସାହିତ କରିଥିଲେ। ଫେବୃଆରୀ ୮, ୨୦୨୩ ରେ, ହନିକଟ୍ ଆନୁଷ୍ଠାନିକ ଭାବରେ ୭୫ ବର୍ଷିୟା ଭିଭିଆନ୍ ହ୍ୱିଲରଙ୍କ ପୂର୍ବ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ୧୦.୦୪ ଇଞ୍ଚର ଦାଢି ଥିବାବେଳେ ହନିକଟଙ୍କର ୧୧.୮ ଇଞ୍ଚ ଦାଢି ରହିଛି। 

Advertisment

ତେବେ ହନିକଟଙ୍କ କହିବା ଅନୁସାରେ, ତାଙ୍କର ପ୍ରଥମେ ବ୍ୟାକ୍ଟେରିଆ କାରଣରୁ ଗୋଡରେ ଏକ ରୋଗ ହୋଇଥିଲା। ଏଥିପାଇଁ ଡାକ୍ତର ତାଙ୍କ ବାମ ଗୋଡ କାଟି ଦେଇଥିଲେ। ଏହି କାରଣରୁ ସେ ଧୀରେ ଧୀରେ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମର ଶିକାର ହୋଇଥିଲେ। ପରେ ସେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏସବୁ ଆହ୍ୱାନ ମଧ୍ୟରେ ସେ ଜୀବନରେ ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିଥିଲେ। ଏହି ସଫଳତା ପାଇଁ ସେ ତାଙ୍କ ପତ୍ନୀ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି। 

Guinness World Recor Female Longest Beard Erin Honeycutt