Advertisment

ଅନୁଗୋଳରେ ଟ୍ରକ ଟର୍ମିନାଲ ନିର୍ମାଣ ଦାବି

ଅନୁଗୋଳ: ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଗୋଳ ବେଶ୍ ଜଣାଶୁଣା। ଏଠାରେ ରାଷ୍ଟ୍ରୟତ୍ତ ଉଦ୍ୟୋଗ ନାଲୋକ, ଏନଟିପିସି, ଟିଟିପିଏସ, ଏମସିଏଲ ସମେତ ଜିନ୍ଦଲ ଓ ଭୂଷଣ ଭଳି ବହୁ ବେସରକାରୀ ଶିଳ୍ପାନୁଷ୍ଠାନ ଗଢି ଉଠିଛି। ହେଲେ ଜିଲ୍ଲାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାରୁ ସେହି ଅନୁପାତରେ ବଢି ଚାଲିଛି ଟ୍ରକ୍ ସଂଖ୍ୟା। ପ୍ରତିଦିନ ହଜାର ହଜାର ଟ୍ରକ ଜିଲ୍ଲାରେ ଚଳପ୍ରଚଳ କରୁଥିବା ବେଳେ ପାର୍କିଂ ପାଇଁ ଜାଗାର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନୁଗୋଳରେ ଟ୍ରକ ଟର୍ମିନାଲ ନିର୍ମାଣ ଦାବି

angul

ଅନୁଗୋଳ: ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଗୋଳ ବେଶ୍ ଜଣାଶୁଣା। ଏଠାରେ ରାଷ୍ଟ୍ରୟତ୍ତ ଉଦ୍ୟୋଗ ନାଲୋକ, ଏନଟିପିସି, ଟିଟିପିଏସ, ଏମସିଏଲ ସମେତ ଜିନ୍ଦଲ ଓ ଭୂଷଣ ଭଳି ବହୁ ବେସରକାରୀ ଶିଳ୍ପାନୁଷ୍ଠାନ ଗଢି ଉଠିଛି। ହେଲେ ଜିଲ୍ଲାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାରୁ ସେହି ଅନୁପାତରେ ବଢି ଚାଲିଛି ଟ୍ରକ୍ ସଂଖ୍ୟା। ପ୍ରତିଦିନ ହଜାର ହଜାର ଟ୍ରକ ଜିଲ୍ଲାରେ ଚଳପ୍ରଚଳ କରୁଥିବା ବେଳେ ପାର୍କିଂ ପାଇଁ ଜାଗାର ଘୋର ଅଭାବ ପରିଲିକ୍ଷିତ ହେଉଛି।angul1

Advertisment

ଜିଲ୍ଳାରେ ୧୫ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନ ଥିବାରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି। ଟ୍ରକ ଡ୍ରାଇଭରମାନେ ରାସ୍ତାକଡ କିମ୍ୱା ଜନଗହଳିପୂର୍ଣ୍ଣ ଛକରେ ଟ୍ରକ ଗୁଡିକୁ ପାର୍କିଂ କରୁଥିବାରୁ ଦୁର୍ଘଟଣା ବଢି ଚାଲିଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ତାଳଚେର –ଅନୁଗୋଳ- ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ବା ତମଡା ଉଦ୍ୟମ ଆରମ୍ଭ କରିଥିଲା। ଅନୁଗୋଳ, ବଅଁରପାଳ,ତାଳଚେର ଓ ଛେଣ୍ଡିପଦାଠାରେ  ଟ୍ରକ ଟିର୍ମିନାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ତାମଡା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ କାର୍ଯ୍ୟ ଆଗେଇ ପାରୁନାହିଁ। ଜାଗା ଚିହ୍ନଟ ପାଇଁ ତମଡା ତରଫରୁ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହିତ ତହସିଲଦାରଙ୍କୁ ମଧ୍ୟ ଚିଠି ଲେଖି ଜଣାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟ୍ରକ ପାର୍କିଂ ପାଇଁ ସ୍ଥାନ ନିରୂପଣ ହୋଇ ପାରିନାହିଁ।angul

ଗୋଟିଏ ପଟେ ଟ୍ରକ ପାର୍କିଂ ପାଇଁ ସ୍ଥାନର ଅଭାବ ଓ ଅପରପକ୍ଷରେ ଜିଲ୍ଲା ପ୍ରଶାସନ ଆନ୍ତରିକତାର ଅଭାବରୁ ଟ୍ରକ ମାଲିକ ଓ ଜିଲ୍ଳାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବା ବେଳେ ଖୁବଶୀଘ୍ର ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଦାବି  କରାଯାଉଛି। ଏପରି ସମସ୍ୟାକୁ ନେଇ ଗତ ନଭେମ୍ବରରେ ତାମଡାର ଅଥରିଟି ବୈଠକରେ ଟ୍ରକ ଟର୍ମିନାଲ ସମ୍ପର୍କରେ ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରକାଶ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ତାମଡା ଅଧ୍ୟକ୍ଷ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଫେବୃୟାରୀ ସୁଦ୍ଧା ଜାଗା ଚିହ୍ନ ହେବାର ଥିଲା, ଯାହା ହୋଇପାରିନାହିଁ । ସ୍ଥାନ ଚିହ୍ନଟ ହୋଇଗଲେ ଟ୍ରକ ଟର୍ମିନାଲ ନିର୍ମାଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ।

Advertisment