Advertisment

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଲଟିଛି ଷ୍ଟୋରରୁମ୍

ଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଏଠାକୁ ଆସି ବିଭିନ୍ନ କମ୍ପାନୀରେ କାମ କରିଥାନ୍ତି । ଦିନକୁ ଦିନ ଏଠାରେ ଲୋକସଂଖ୍ୟା ବଢିବାରେ ଲାଗିଛି । ସରକାର ଲୋକଙ୍କୁ ସାଧାରଣ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷ କରି ଏହା ଏକ ଶିଳ୍ପ ନଗରୀ ହୋଇଥିବାରୁ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଲଟିଛି ଷ୍ଟୋରରୁମ୍

anugul medical


anugul medicalଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଏଠାକୁ ଆସି ବିଭିନ୍ନ କମ୍ପାନୀରେ କାମ କରିଥାନ୍ତି । ଦିନକୁ ଦିନ ଏଠାରେ ଲୋକସଂଖ୍ୟା ବଢିବାରେ ଲାଗିଛି । ସରକାର ଲୋକଙ୍କୁ ସାଧାରଣ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷ କରି ଏହା ଏକ ଶିଳ୍ପ ନଗରୀ ହୋଇଥିବାରୁ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ଯାହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦେଖିଲେ ଜାଣି ହେବ । ଏହି ଚିକିତ୍ସାଳୟ ଉପରେ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକ ନିର୍ଭର କରୁଛନ୍ତି । ମାତ୍ର ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥାକୁ ଦେଖିଲେ ଏଠାରେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଚିକିତ୍ସାଳୟ ପରିସରରେ କୁଢ କୁଢ ଆବର୍ଜନା ଗଦା ହୋଇ ରହିଥିଲେ ମଧ୍ୟ ଏହାକୁ ସଫା କରାଯାଉନାହିଁ । ଅନ୍ୟପକ୍ଷେ ଏଠାରେ ନିର୍ମାଣ ହୋଇଥିବା ‘ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ’ ଏବେ ଷ୍ଟୋରରୁମରେ ପରିଣତ ହୋଇଥିବା ଅଭିଯୋଗ ହେଉଛି ।anugul medicalଚିକିତ୍ସାଳୟ ପରିସରରେ କୁଢ କୁଢ ଆବର୍ଜନା ପଡିରହିଛି । ଏହି ଆବର୍ଜନା ମଧ୍ୟରେ ସଂକ୍ରମିତ ଗଜ୍ କପଡା, ଭଙ୍ଗା କାଚ, ଛୁଞ୍ଚି, ରକ୍ତ ମିଶା ତୁଳା, ବ୍ୟବହୃତ ସିରିଞ୍ଚ ଓ ମେଡିକାଲରେ ବ୍ୟବହୃତ ଅତ୍ୟାବଶ୍ୟକ ସର୍ଜରୀ ପ୍ଲାଷ୍ଟିକ୍ ୱେଷ୍ଟେଜ୍ ରହିଛି । ସଂକ୍ରମିତ ଆବର୍ଜନାକୁ ଆବଦ୍ଧ କରି ରଖାଯିବାକୁ ନିୟମ ରହିଛି । ହେଲେ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଖୋଲା ଛାଡି ଦେଇଛନ୍ତି । ଫଳରେ  ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଉଛି ।anugul medical

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟା ଦିନେ କି ଦୁଇଦିନର ନୁହେଁ । ଦୀର୍ଘ ୧୦ ବର୍ଷ ହେବ ଏପରି ସମସ୍ୟା ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳୁଛି । ଚିକିତ୍ସାଳୟରେ ଥିବା ବ୍ୟବଚ୍ଛେଦ ଗୃହ ନିକଟରେ ଏକ ସ୍ୱତନ୍ତ୍ର କୋଠରୀରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ‘ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ’ ସ୍ଥାପନ କରାଯାଇଛି । ସ୍ୱତନ୍ତ୍ର ମେସିନ ବସାଯାଇ ପ୍ରତିଦିନ ମେଡିକାଲରୁ ବାହାରୁ ଥିବା କୁଢ କୁଢ ବାୟୋ ମେଡିକାଲ ଆବର୍ଜନାକୁ ପ୍ରକ୍ରିୟାକରଣ ପାଇଁ ଏହା ସ୍ଥାପନ କରାଯାଇଥିଲା। ପ୍ରତିଦିନ ମେଡିକାଲରୁ ବାହାରୁ ଥିବା ବିଭିନ୍ନ ଆବର୍ଜନାକୁ ଉଚିତ ପ୍ରକିୟାରେ ନଷ୍ଟ କରିବା ଥିଲା ଏହାର ଲକ୍ଷ୍ୟ । କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ଦିନକୁ ଦିନ ମେଡିକାଲ ପରିସରର ପରିମଳ ଓ ପରିଚ୍ଛନ୍ନତା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ‘ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ’ ଏବେ ଷ୍ଟୋର ରୁମ ପାଲଟିଛି । ଏଥିରେ ବଡ ବଡ ତାଲା ଝୁଲୁଛି । ଏହା ଭିତରେ ଘର ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ଲୁହା ସାମଗ୍ରୀ ରହିଥିବାବେଳେ ବାହାରରେ ଇଟା, ବାଲି ଓ ସିମେଣ୍ଟ ରହିଛି । ଏହି କୋଠାରୀ ମଧ୍ୟରେ ଥିବା ତିନିଟି ତିନିଟି ଗୁରୁତ୍ୱପୂର୍ଣ୍ଣ ମେସିନ ଓ ଗୋଟିଏ କାଇସ୍କୋ ଏବେ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି ରହିଛି। ଏହି ସବୁ ଯନ୍ତ୍ରାଶଂ ଘୋଡାଇ ରଖାଯିବା ପ୍ରତିବଦଳରେ ଖୋଲା ଛାଡି ଦିଆଯାଇଥିବାରୁ ଧୂଳି ଜମି ଯାଇଛି । ତେଣୁ ଏହା କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋଠରୀ ମଧ୍ୟକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ।anugul medical ୧୦ ବର୍ଷ ତଳେ ଏହି କୋଠରୀକୁ କିଛିଦିନ ପାଇଁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ପୂର୍ବରୁ ବାକି ପଡିଥିବା ପ୍ରାୟ ଦେଢ ଲକ୍ଷ ଟଙ୍କା ମେଡିକାଲ କର୍ତ୍ତୃପକ୍ଷ ଦେଇ ନ ପାରିବାରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ସେବେଠାରୁ ଏହି କୋଠରୀକୁ ବିଦ୍ୟୁତ ସଂଯୋଗ ଆଉ ଦିଆଯାଇନାହିଁ । ଏ ନେଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚରାଯିବାରେ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା କହିଛନ୍ତି । ଏହାସହ ବାୟୋ ମେଡିକାଲ ପ୍ଲାଣ୍ଟର ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।

Odisha