ଦିନେ ନେହରୁଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା! ଏବେ ଲୁପ୍ତପ୍ରାୟ ‘ହାବସପୁରୀ’ ଶାଢ଼ୀ

ଭବାନୀପାଟଣା (ରାଜକୁମାର ସିଂଦେଓ): ଦିନେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା କଳାହାଣ୍ଡିର ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ହାବସପୁରୀ’ କପଡ଼ା! ହେଲେ ସେହି କପଡ଼ା ସମୟ ସହିତ ତାଳ ଦେଇ ଚାଲି ପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ତାହା ଲୋପ୍‌ ପାଇବାକୁ ବସିଛି। ଏବେ କିନ୍ତୁ କ’ଣ ପାଇଁ ‘ହାବସପୁରୀ’ ବସ୍ତ୍ର ଲୁପ୍ତ ହେବାକୁ ବସିଛି, ତା’ ଉପରେ ରିସର୍ଚ୍ଚ କରାଯାଉଛି। ଅନ୍ୟପକ୍ଷରେ ‘ହାବସପୁରୀ’ କପଡ଼ାର ଚମକ ଫେରାଇ ଆଣିବା ପାଇଁ ସହଯୋଗର […]

Habaspuri saree

  • Published: Wednesday, 07 December 2022
  • , Updated: 07 December 2022, 09:48 PM IST

ଭବାନୀପାଟଣା (ରାଜକୁମାର ସିଂଦେଓ): ଦିନେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା କଳାହାଣ୍ଡିର ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ହାବସପୁରୀ’ କପଡ଼ା! ହେଲେ ସେହି କପଡ଼ା ସମୟ ସହିତ ତାଳ ଦେଇ ଚାଲି ପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ତାହା ଲୋପ୍‌ ପାଇବାକୁ ବସିଛି। ଏବେ କିନ୍ତୁ କ’ଣ ପାଇଁ ‘ହାବସପୁରୀ’ ବସ୍ତ୍ର ଲୁପ୍ତ ହେବାକୁ ବସିଛି, ତା’ ଉପରେ ରିସର୍ଚ୍ଚ କରାଯାଉଛି। ଅନ୍ୟପକ୍ଷରେ ‘ହାବସପୁରୀ’ କପଡ଼ାର ଚମକ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢ଼ାଇଛି କଳାହାଣ୍ଡି ବିଶ୍ୱବିଦ୍ୟାଳୟ। ‘ହାବସପୁରୀ’ କପଡ଼ାକୁ ପିଲାମାନଙ୍କ ୟୁନିଫର୍ମ ଭାବେ ବ୍ୟବହାର କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ହାବସପୁରୀ ଶବ୍ଦଟି ଆସିଲା କେଉଁଠୁ? ହାବସପୁରୀକୁ ଖୋଜିବାକୁ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକକୁ ଯିବାକୁ ପଡ଼ିଛି। ଏଠି ହାବସପୁର ବୋଲି ଗୋଟିଏ ଗାଁ ରହିଛି। ସେହି ଗାଁରେ ବାସ କରନ୍ତି ଭୁଲିଆ ବା ମେହେର ସମ୍ପ୍ରଦାୟର ଲୋକେ। ସେମାନେ କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟକୁ ବସ୍ତ୍ରରେ ଚିତ୍ରିତ କରିଥିଲେ। ଆଉ ତା’ର ନାଁ ରଖିଥିଲେ ‘ହାବସପୁରୀ’। ବାସ୍‌ ସେଇଠୁ ଆରମ୍ଭ ହୋଇଥିଲା ‘ହାବସପୁରୀ’ ବସ୍ତ୍ରର ଯାତ୍ରା। ସେତେବେଳେ ଏହି ବସ୍ତ୍ରର ଚାହିଦା ବେଶ୍‌ ଭଲ ଥିଲେ। ଲୋକଙ୍କ ମୁହଁରେ ‘ହାବସପୁରୀ’ ଶାଢ଼ୀର ଗାଥା ମଧ୍ୟ ଥିଲା।

ହେଲେ ସମୟ ସହିତ ତାଳ ଦେଇ ଚାଲି ପାରିଲା ନାହିଁ ‘ହାବସପୁରୀ’ କପଡ଼ା ଓ ଶାଢ଼ୀ। ଧୀରେ ଧୀରେ ଲୋପ୍‌ ପାଇବାକୁ ବସିଲା। ନାନା ଅସୁବିଧା ସତ୍ତ୍ୱେ ହାତ ଗଣତି କେତେକ ବୁଣାକାର ‘ହାବସପୁରୀ’ ଶାଢ଼ୀକୁ ବଞ୍ଚାଇ ରଖିଛନ୍ତି। ‘ହାବସପୁରୀ’ ଶାଢୀର ପରିଚୟ ହେଉଛି, ‘ମାଛ’। ‘ହାବସପୁରୀ’ ବସ୍ତ୍ରର ମଝିରେ ଓ ଧଡ଼ିରେ ମାଛ ଚିହ୍ନର ପ୍ରିଣ୍ଟ ରଡ଼ିଛି। ଏଥିସହ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ବିଭିନ୍ନ କଳାକୃତିକୁ ମଧ୍ୟ ସ୍ଥାନୀତ ଦିଆଯାଇଛି। ୧୯୫୧ ମସିହାରେ ‘ହାବସପୁରୀ’ ଶାଢ଼ୀ ଦିଲ୍ଲୀର ପ୍ରଦର୍ଶନୀ ପଡ଼ିଆରେ ଭାଗ ନେଇ ବେଶ୍‌ ଆଦୃତ ହୋଇଥିଲା। ସେହି ସମୟରେ ଥିବା ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ‘ହାବସପୁରୀ ଶାଢ଼ୀ’କୁ ଦେଖି ବିମୋହିତ ହୋଇଥିଲେ ବୋଲି କୁହାଯାଏ।

ଲୋପ୍‌ ପାଇଯିବାକୁ ବସିଥିବା ‘ହାବସପୁରୀ’ କପଡ଼ାର ଚମକ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଭାବେ ବ୍ୟବହାର କରାଯିବ। ଚଳିତବର୍ଷ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଏହି ୟୁନିଫର୍ମ ପିନ୍ଧିବେ। ଆଜି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିଜ ହାତରେ ନୂଆ ୟୁନିଫର୍ମ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ବୟନଶିଳ୍ପକୁ ଭାରତ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର କରାଯାଉଛି। ହେଲେ ଓଡ଼ିଶାରେ ବୟନ ଶିଳ୍ପକୁ ସରକାର ଅଣଦେଖା କରାଯାଉଛି। ତେଣୁ  ‘ହାବସପୁରୀ ଶାଢ଼ୀ’ ଭଳି ବୟନଶିଳ୍ପ ଏବେ ଲୋପ୍‌ ପାଇବାକୁ ବସିବାକୁ ଥିବା ବେଳେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଏହି ନିଆରା ପ୍ରୟାସ ବୁଣାକାରଙ୍କ ମନରେ ଉତ୍ସାହ ଦେଖାଦେଇଛି।

 

Related story