Advertisment

ରବିନ୍ଦ୍ର ମଣ୍ଡପରେ ଆଜିଠୁ ପରିବେଷଣ ହେବ ନାଟକ ‘ହେ ମୃତ୍ୟୁ ବାହାରେ ଅପେକ୍ଷା କର’

ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥାର ୩୭ତମ ଜନ୍ମବାର୍ଷିକୀ ଅବସରରେ ପରିବେଷଣ ହେବାକୁ ଯାଉଛି ନାଟକ ‘ହେ ମୃତ୍ୟୁ ବାହାରେ ଅପେକ୍ଷା କର’। ସୋମବାରଠାରୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଥିବା ଏହି ନାଟକ ପାଞ୍ଚ ଦିନ ଧରି ଚାଲିବ। ସଙ୍ଗୀତ ନାଟକ ଏକାଡେମୀ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ବିଭାଗ ଓ ପୂର୍ବ ଖଣ୍ଡ ସାଂସ୍କୃତିକ କେନ୍ଦ୍ରର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକ, ନାଟ୍ୟ କଳାକାର ଆଦି ବିଭିନ୍ନ ବିଭାଗର […]

author-image
Rakesh Mallick
ଅଦ୍ୟତନ ହୋଇଛି
ରବିନ୍ଦ୍ର ମଣ୍ଡପରେ ଆଜିଠୁ ପରିବେଷଣ ହେବ ନାଟକ ‘ହେ ମୃତ୍ୟୁ ବାହାରେ ଅପେକ୍ଷା କର’

nataka

ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥାର ୩୭ତମ ଜନ୍ମବାର୍ଷିକୀ ଅବସରରେ ପରିବେଷଣ ହେବାକୁ ଯାଉଛି ନାଟକ ‘ହେ ମୃତ୍ୟୁ ବାହାରେ ଅପେକ୍ଷା କର’। ସୋମବାରଠାରୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଥିବା ଏହି ନାଟକ ପାଞ୍ଚ ଦିନ ଧରି ଚାଲିବ। ସଙ୍ଗୀତ ନାଟକ ଏକାଡେମୀ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ବିଭାଗ ଓ ପୂର୍ବ ଖଣ୍ଡ ସାଂସ୍କୃତିକ କେନ୍ଦ୍ରର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକ, ନାଟ୍ୟ କଳାକାର ଆଦି ବିଭିନ୍ନ ବିଭାଗର ୧୬ ଜଣଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ।

Advertisment