Advertisment

କାହିଁକି ବିତର୍କ ଆରମ୍ଭ କଲେନି ରାହୁଲ ଗାନ୍ଧୀ?

ସଂସଦରେ ଅନାସ୍ଥା ପ୍ରସ୍ତାବରେ ବିତର୍କ ଆରମ୍ଭ କଲେନି ରାହୁଲ ଗାନ୍ଧୀ। ବିଜେପି କହିଲା ଏମିତି କ’ଣ ହେଲା...?

author-image
Debibandita Barick
ଅଦ୍ୟତନ ହୋଇଛି
 Pralhad Joshi

Pralhad Joshi

ଦୀର୍ଘଦିନ ଧରି ବିରୋଧୀ କରି ଆସୁଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ବିତର୍କ ହୋଇଛି। ମଣିପୁର ହିଂସାକୁ ନେଇ ଶାସକ ବିଜେପିକୁ ଘେରିଛନ୍ତି ବିରୋଧୀ। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିତର୍କ ଆରମ୍ଭ ନ କରିବାକୁ ନେଇ ଉଠିଛି ପ୍ରଶ୍ନ। ଦୀର୍ଘ ୧୩୩ ଦିନ ପରେ ରାହୁଲ ସଂସଦ ଆସିଥିଲେ, ସେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିଥାନ୍ତେ, ଯାହା ଉପରେ ପୂରା ଦେଶର ନଜର ଥିଲା। ହେଲେ କାହିଁକି ସେ ବିତର୍କ ଆରମ୍ଭ କଲେ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶ୍ନ କରିଛନ୍ତି।

Advertisment

ଆଜି (ଅଗଷ୍ଟ ୮ ତାରିଖ) ମଧ୍ୟାହ୍ନ ୧୨ରେ ଆରମ୍ଭ ହୋଇଥିଲା ସଂସଦର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ। ପ୍ରଥମେ ବିରୋଧୀଙ୍କ ପକ୍ଷରୁ ସାଂସଦ ଗୌରବ ଗୋଗୋଇଙ୍କୁ ବିତର୍କ ଆରମ୍ଭ କରିବାକୁ କହିଥିଲେ ବାଚସ୍ପତି ଓମ୍ ବିର୍ଲା। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ‘ମୋର ଏକ ପ୍ରଶ୍ନ ଅଛି’ କହି ଛିଡା ହୋଇଥିଲେ। ସେ ପଚାରିଥିଲେ ଯେ, ଆଜି ପୂର୍ବାହ୍ନ ୧୧ଟା ୫୫ରେ ବାଚସ୍ପତିଙ୍କ ନିକଟକୁ ଏକ ପତ୍ର ଆସିଥିଲା। ରାହୁଲ ଗାନ୍ଧୀ ଗୋଗୋଇଙ୍କ ସ୍ଥାନରେ ପ୍ରଥମେ ବିତର୍କ ରଖିବେ ବୋଲି ସେଥିରେ ଉଲ୍ଲେଖ ଥିଲା। 

ହେଲେ ୫ ମିନିଟରେ ଏପରି କ’ଣ ହେଲା ଯେ, ସେ ବିତର୍କ ରଖିବାକୁ ଅକ୍ଷମ ହେଲେ। କ’ଣ ସମସ୍ୟା ଥିଲା ସାର୍? ଆମେ ଖୁବ୍ ଉତ୍ସାହର ସହ ତାଙ୍କ ବିତର୍କକୁ ଅପେକ୍ଷା କରିଥିଲୁ ବୋଲି କେନ୍ଦ୍ର ମନ୍ତ୍ରୀ ଯୋଶୀ କହିଛନ୍ତି। ସେପଟେ ଏପରି ପ୍ରଶ୍ନରେ ତୀବ୍ର ପ୍ରତିକ୍ରିୟା ରଖି ଗୋଗୋଇ ପକହିଛନ୍ତି, 'ବାଚସ୍ପତି ସାର୍, ଆପଣଙ୍କ କାର୍ଯ୍ୟାଳୟରେ କଣ ଘଟୁଛି ଏବଂ କେଉଁ ଅନୁରୋଧ ଗ୍ରହଣ କରାଯାଉଛି ତାହା ମଧ୍ୟ ପ୍ରକାଶ କରିବା ଉଚିତ କି? ଆପଣ ଏହି ଗୃହର ସୁରକ୍ଷାକାରୀ ଅଟନ୍ତି। ପ୍ରଧାନମନ୍ତ୍ରୀ ଆପଣଙ୍କ କାର୍ଯ୍ୟାଳୟରେ କଣ କହୁଛନ୍ତି ତାହା ସଂସଦରେ ପ୍ରକାଶ କରିବା ଉଚିତ୍ କି?' 

Advertisment

ମୋଦୀ ସାଙ୍ଗିଆ ଅପରାଧିକ ମାନହାନି ମାମଲାରେ ସଦସ୍ୟତା ହରାଇଥିଲେ ରାହୁଲ ଗାନ୍ଧୀ। ଏନେଇ ସୁପ୍ରିମକୋର୍ଟରୁ ତାଙ୍କୁ ଆସ୍ୱସ୍ଥି ମିଳିବା ପରେ ଦୀର୍ଘ ୧୩୩ ଦିନ ପରେ ସେ ଗତକାଲି ସଂସଦ ଯାଇଥିଲେ। ଆଜି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଥିବାରୁ ସେ ପ୍ରଥମେ ବିତର୍କ ରଖିବେ ବୋଲି କୁହାଯାଉଥିଲା। ମାତ୍ର ରାହୁଲ ଗାନ୍ଧୀ ଆଜି ବିତର୍କ ନ ରଖିବାରୁ ଉଠିଛି ପ୍ରଶ୍ନ। 

Rahul Gandhi Parliament Monsoon Session Om Birla Rahul Gandhi On No-Trust Debate Pralhad Joshi