Advertisment

'ରାଜନୀତିରେ ଲିପଷ୍ଟିକ୍-ବବ୍ କଟ୍ ମହିଳା...' କ୍ଷମା ମାଗିଲେ ସିଦ୍ଦିକି

ବରିଷ୍ଠ ଆରଜେଡି ନେତା ଅବଦୁଲ ବରୀ ସିଦ୍ଦିକି ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି।

author-image
Debibandita Barick
Abdul Bari Siddiqui

Abdul Bari Siddiqui

ମହିଳା ସଂରକ୍ଷଣକୁ ନେଇ ଦେଇଥିବା ବୟାନ୍ ପାଇଁ କ୍ଷମା ମାଗିଲେ ବରିଷ୍ଠ ଆରଜେଡି ନେତା ଅବଦୁଲ ବରୀ ସିଦ୍ଦିକି। ଏକ ସଭାରେ ନାରୀଶକ୍ତି ବନ୍ଦନ ନିୟମ ଅର୍ଥାତ୍ ମହିଳାଙ୍କ ରାଜନୀତିରେ ଭାଗିଦାରୀ ଉପରେ ସେ ଏକ ବିବାଦୀୟ ବୟାନ୍ ଦେଇଥିଲେ। ଯାହାର କଡା ବିରୋଧ ପରେ କ୍ଷମା ମାଗିଛନ୍ତି ସିଦ୍ଦିକି। 

Advertisment

ସିଦ୍ଦିକି ବିହାରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ, ଯଦି ଲିପଷ୍ଟିକ୍ ଏବଂ ବବ୍ କଟ୍ ଥିବା ମହିଳାମାନେ ମହିଳା ସଂରକ୍ଷଣ ନାମରେ ରାଜନୀତିକୁ ଆସିବେ, ତେବେ ପଛୁଆ ବର୍ଗର ମହିଳାମାନେ କେବେ ସେମାନଙ୍କର ଅଧିକାର ପାଇବେ। ରାଜନୀତିରେ ଓବିସି ମହିଳାଙ୍କ ଭାଗିଦାରୀ ପାଇଁ ସିଦ୍ଦିକି ପ୍ରଶ୍ନ ଉଠାଇଥିଲେ ବି ଏପରି ବୟାନ୍ ପାଇଁ ତାଙ୍କୁ ବିରୋଧ କରାଯାଇଥିଲା।

Advertisment

ବିବାଦ ଉପୁଜିବାରୁ ଆରଜେଡି ନେତା ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, "ଏହି ରାଲିରେ ଶହ ଶହ ଗ୍ରାମୀଣ ମହିଳା ଥିଲେ ... ମୁଁ ଏପରି ଶବ୍ଦ ଗ୍ରାମୀଣ ମହିଳାମାନଙ୍କୁ ନିଜ ଭାଷାରେ ବୁଝାଇବାକୁ ବ୍ୟବହାର କରିଥିଲି। କାହାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା।"

ଯଦି ମୋର ବିବୃତ୍ତି ପାଇଁ କାହାକୁ ଆଘାତ ପହଞ୍ଚିଛି ତେବେ ଦୁଃଖ ପ୍ରକାଶ କରୁଛି। ଏହି ସଭା ଅତ୍ୟନ୍ତ ପଛୁଆ ବର୍ଗର ଏକ ସଭା ଥିଲା ଏବଂ ସେମାନଙ୍କୁ ମହିଳା ସଂରକ୍ଷଣ ବାବଦରେ କହୁଥିଲି। ଆରଜେଡି ଆରମ୍ଭରୁ ମହିଳା ସଂରକ୍ଷଣକୁ ସମର୍ଥନ କରିଆସୁଛି  ବୋଲି ସେ କହିଛନ୍ତି। 

ବିଭିନ୍ନ ସରକାରଙ୍କ ଉଦ୍ୟମ ଏବଂ ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହିଳା ସଂରକ୍ଷଣ ବିଲ୍ ନାରୀଶକ୍ତି ବନ୍ଦନ ଆଇନରେ ପରିଣତ ହୋଇଛି। ଏହି ଆଇନ ବଳରେ ଆଗକୁ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ 33 ପ୍ରତିଶତ ଭାଗିଦାରୀ ରହିବ। ଏପରି ପରିବର୍ତ୍ତନ ମଧ୍ୟରେ ରାଜେଡି ବରିଷ୍ଠ ନେତା ଅବଦୁଲ ବରୀ ସିଦ୍ଦିକିଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। 

Abdul Bari Siddiqui Abdul Bari Siddiqui Express Regret Women Reservation Quota Nari Shakti Vandana