Advertisment

ବର୍ଷକରେ ୧୪୦ଟି ଯୋଜନା କରିଥିଲେ ବିଜେଡି ସରକାର, ନୂଆ ଯୋଜନା ପାଇଁ ଖର୍ଚ୍ଚ ହେବ ୧୬ହଜାର କୋଟି ଟଙ୍କା

ଏପଟେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୬ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବା ଜଣାପଡ଼ିଛି ।

author-image
Ordigital Desk
Assembly

Assembly

ରାଜ୍ୟର ତତକାଳୀନ ବିଜେଡି ସରକାର ୨୦୨୩ ଜାନୁୟାରୀରୁ ୨୦୨୪ ଫେବୃୟାରୀ ମାସ ମଧ୍ୟରେ ମୋଟ ପ୍ରାୟ ୧୪୦ଟି ଯୋଜନା କରିଥିଲେ । ସେଥିରୁ ୫ଟି ଯୋଜନା ପାଇଁ କୌଣସି ବଜେଟ୍ ବରାଦ ହୋଇନଥିବା ଜଣାପଡ଼ିଛି । ଏପଟେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୬ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବା ଜଣାପଡ଼ିଛି।

Advertisment

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଜୁଲାଇ ୨୫ତାରିଖରେ  ବଜେଟରେ ଯେଉଁ ମୁଖ୍ୟ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିବାକୁ ପ୍ରସ୍ତାବ ରଖାଯାଇଛି ସେଥିପାଇଁ ଆବଶ୍ୟକୀୟ ଅର୍ଥର ବ୍ୟୟବରାଦ ହୋଇଛି । ସୁଭଦ୍ର ଯୋଜନାରେ ୧୦ହଜାର କୋଟି, ସମୃଦ୍ଧ କୃଷକ ଯୋଜନାରେ ୫ହଜାର କୋଟି, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ୫୦୦ କୋଟି ଟଙ୍କା, ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ପାଇଁ ୨୦୦କୋଟି, ମାଧୋ ସିଂହ ହାତଖର୍ଚ୍ଚ ଯୋଜନାରେ ୧୫୬କୋଟି, ଘଟଗାଁ ମା’ ତାରିଣୀ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ପାଇଁ ୫୦କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ପାଇଁ ୫୦କୋଟି ଓ ଦୀନଦୟାଲ କର୍ମଚାରୀ ନିବାସ ଯୋଜନା ପାଇଁ ୫୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି ।

ସେହିପରି ବିଜେପି ବିଧାୟକ ଅମର ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୩ ଜାନୁୟାରୀରୁ ୨୦୨୪ ଫେବୃୟାରୀ ମାସ ମଧ୍ୟରେ ତତକାଳୀନ ସରକାର ପ୍ରାୟ ୧୪୦ଟି ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ସେଥିରେ ‘ଶକ୍ତି ସଦନ’ ,ପାଳନ, ନାରୀ ଅଦାଲତ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ହବ୍ ଓ ଶକ୍ତି ନିବାସ ପାଇଁ ବ୍ୟୟବରାଦ ହୋଇନାର୍ହି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ମାତ୍ର ୩ହଜାର ଟଙ୍କାର ବରାଦ ହୋଇଛି ବୋଲି ଶ୍ରୀ ମାଝୀଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି ।

Advertisment
BjD Odisha Assembly