Advertisment

ଡିଜି ପାହ୍ୟାର ୩ ବରିଷ୍ଠ ଆଇପିଏସଙ୍କୁ ମଗାଗଲା ବାୟୋଡାଟା

ରାଜ୍ୟରେ ୨୦୨୩ ଡିସେମ୍ବର ୩୧ରୁ ଅସ୍ଥାୟୀ ଡିଜି ଭାବେ ୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ କାର୍ଯ୍ୟରତ ଅଛନ୍ତି । ବିଜେଡି ସରକାର ତାଙ୍କୁ ଏହି ରାଜ୍ୟ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲା।

undefined

IPS

Advertisment

ରାଜ୍ୟରେ ସ୍ଥାୟୀ ପୁଲିସ ଡିଜି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗ୍ରୀନ୍ ସିଗନାଲ ମିଳିବା ପରେ ଏବେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ୩ଜଣ ବରିଷ୍ଠ ଆଇପିଏସଙ୍କୁ ଚିଠି ଲେଖି ନିର୍ଦ୍ଧାରିତ ଫର୍ମାଟରେ ନିଜର ବାୟୋଡାଟା ରାଜ୍ୟ ଗୃହ ବିଭାଗକୁ ପଠାଇବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ଡିଜି ଚୟନ ପାଇଁ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ଙ୍କ ନିକଟକୁ ପ୍ରସ୍ତାବ ପଠାଇବା ନିମନ୍ତେ ଏହି ବାୟୋଡାଟା ମଗାଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ଗତକାଲି ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଆଇପିଏସ୍ ଏସଏମ ନରୱଣେ ଓ ୧୯୯୦ ବ୍ୟାଚର ୱାଇବି ଖୁରାନିଆଙ୍କୁ ଚିଠି ଲେଖି ନିର୍ଦ୍ଧାରିତ ଫର୍ମାଟରେ ନିଜର ବାୟୋଡାଟା(ଏକାଡେମିକ ସଫଳତା ସହ) ପଠାଇବାକୁ କହିଛନ୍ତି । ଶ୍ରୀ ରାୟ ଏବେ ରାଜ୍ୟ ପ୍ରିଣ୍ଟିଂ ଆଣ୍ଡ ପବ୍ଲିକେସନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ନରୱଣେ ଗୃହ ବିଭାଗର ଓଏସଡି ଏବଂ ଶ୍ରୀ ଖୁରାନିଆ ବିଏସଏଫ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିବା ପୁଲିସ ମୁଖ୍ୟାଳୟ ଚିଠିରୁ ଜଣାପଡ଼ିଛି । ଅବଶ୍ୟ ଇତିମଧ୍ୟରେ କେନ୍ଦ୍ର ସରକାର ତତ୍କାଳ ପ୍ରଭାବରୁ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦେଇଛନ୍ତି।

ତେବେ ରାଜ୍ୟରେ ୨୦୨୩ ଡିସେମ୍ବର ୩୧ରୁ ଅସ୍ଥାୟୀ ଡିଜି ଭାବେ ୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ କାର୍ଯ୍ୟରତ ଅଛନ୍ତି । ବିଜେଡି ସରକାର ତାଙ୍କୁ ଏହି ରାଜ୍ୟ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲା । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜ୍ୟର ମୋହନ ମାଝୀ ସରକାର କ୍ଷମତାକୁ ଆସିଥିଲେ ମଧ୍ୟ ସ୍ଥାୟୀ ଡିଜି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରାୟ ଦେଢ଼ମାସରୁ ଅଧିକ ସମୟ ଲାଗି ଯାଇଛି ।

Advertisment

ଏହି ୩ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବାୟୋଡାଟା ଆସିବା ପରେ ରାଜ୍ୟ ସରକାର ସ୍ଥାୟୀ ଡିଜି ଚୟନ ନିମନ୍ତେ ଚଳିତ ସପ୍ତାହରେ ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ସମସ୍ତ ୬ଜଣ ବରିଷ୍ଠ ଆଇପିଏସ୍‌(ଡିଜି ପାହ୍ୟାର) ଅଫିସରଙ୍କ ତାଲିକା କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ଙ୍କ ନିକଟକୁ ପଠାଇବେ ବୋଲି ଜଣାପଡ଼ିଛି । ଯେଉଁ ୬ଜଣ ଅଫିସରଙ୍କ ତାଲିକାକୁ ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ସେମାନଙ୍କ ମଧ୍ୟରେ ଅରୁଣ ରାୟ,ଏଏମ୍ ପ୍ରସାଦ, ଏସଏମ ନରୱଣେ,ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ ରହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe